Sun. Mar 8th, 2026

୮ରେ ଭାରତ ବନ୍ଦ, ଏସବୁ କ୍ଷେତ୍ରରେ ପଡ଼ିବ ପ୍ରଭାବ

144 Views

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶ୍ରମ ୟୁନିୟନ ପକ୍ଷରୁ ଆସନ୍ତା ୮ ତାରିଖରେ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାରେ ଲକ୍ଷ ଲକ୍ଷ ଶ୍ରମିକ ସାମିଲ ହେବେ। ଏଥିସହ ଏଥିରେ ସରକାରୀ ଚାକିରିଆ, ବ୍ୟାଙ୍କ କର୍ମଚାରୀ, ଶିକ୍ଷକ ଓ ଷ୍ଟିଲ ଏବଂ ରେଳବାଇରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ଏଥିରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ମୋଦି ସରକାର ଆଣିଥିବା ଶ୍ରମିକ ବିରୋଧୀ ନୀତିକୁ ଶ୍ରମିକ ସଂଗଠନ ବିରୋଧ କରୁଛି। ଏନେଇ କିଛି ଦିନ ତଳେ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ପ୍ରତିନିଧି ଦଳ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟିଥିଲେ। ହେଲେ ଏହି ବୈଠକରେ କୌଣସି ସୁଫଳ ମିଳିନାହିଁ। ତେଣୁ ୧୦ରୁ ଅଧିକ ଟ୍ରେଡ ୟୁନିଅନ ପକ୍ଷରୁ ଏଭଳି ଚକା ଜାମ ଆନ୍ଦୋଳନ ଡାକରା ଦିଆଯାଇଛି। ବନ୍ଦ ଡାକରା ଦିଆଯାଇଥିବା ବସ୍‌, ଟ୍ରେନ ଓ ଅଟୋ ଚଳାଚଳ ବନ୍ଦ ରହିବାର ଆଶଙ୍କା ପ୍ରକାଶ ପାଇଛି।

ବନ୍ଦ ଡାକରାକୁ ବିଭିନ୍ନ ରାଜନୀତିକ ଦଳ ମଧ୍ୟ ସମର୍ଥନ କରିଛନ୍ତି। ଲୋକସଭାରେ ୪୪ଟି ଶ୍ରମିକ ଆଇନକୁ ମିଶ୍ରଣ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରାଯାଇଛି। ଏହି ୪୪ଟି ଆଇନକୁ କେବଳ ୪ଟି କୋଡ ଯଥା ପାରିଶ୍ରମିକ, ଶିଳ୍ପସଂସ୍ଥା ସହ ସମ୍ପର୍କ, ସାମଜିକ ସୁରକ୍ଷା ଓ ସୁରକ୍ଷିତ କାର୍ଯ୍ୟ କରିବାର ପରିବେଶରେ ବିଭିକ୍ତ କରାଯିବ।

ସେହିପରି ସଂଗଠନ ଗୁଡ଼ିକ ସର୍ବନିମ୍ନ ପାରିଶ୍ରମିକ ୨୧ ହଜାରୁ ମାସିକ ୨୪ ହଜାର କରିବାକୁ ଦାବି କରିଛନ୍ତି। ସରକାରୀ ସଂସ୍ଥାର ଘରୋଇ କରଣକୁ ବନ୍ଦ କରିବା, ସିଏଏ, ଏନଆରସି ଓ ଏନପିଆରକୁ ରଦ୍ଦ କରିବାକୁ ମଧ୍ୟ ସଂଗଠନ ଗୁଡ଼ିକ ଦାବି କରିଛନ୍ତି। ଏହାବାଦ ଦରଦାମ ବୃଦ୍ଧି, ବେକାରୀ ବିରୋଧରେ ମଧ୍ୟ ଶ୍ରମିକ ସଂଗଠନ ଏଭଳି ବନ୍ଦ ଡାକରା ଦେଇଛି।

By amfnews

Related Post