Wed. Dec 25th, 2024

୭୨ତମ ସ୍ୱାଧୀନତା ଦିବସ ପାଳନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମରଣେ ଅହୋରାତ୍ର ଜାଗରଣ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସିଆଇଟିୟୁ ପକ୍ଷରୁ ସମ୍ବର୍ଦ୍ଧନା

rklsanchar@gmail.com' By J.N. Pradhan Aug 17, 2018 #Featured
167 Views

ରାଉରକେଲା, ୧୭ା୮(): ଦେଶର ୭୨ତମ ସ୍ୱାଧୀନତା ଦିବସ ପାଳନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମରଣେ ସିଆଇଟିୟୁ ଓ ଅଭ୍ୟର୍ଥନା କମିଟି ପକ୍ଷରୁ ଭଞ୍ଜଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଉରକେଲା ତଥା ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ସମାଜ ପ୍ରତି ସେମାନଙ୍କ ବଳିଷ୍ଠ ଅବଦାନକୁ ପ୍ରଶଂସା କରାଯାଇଥିଲା ।

ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନାରାୟଣ ଦାସ, ସାହିତ୍ୟିକ ଭୂପେନ ମହାପାତ୍ର, ଡ.ସଚ୍ଚିକାନ୍ତ ଆଚାର୍ଯ୍ୟ, ସ୍ୱସ୍ଥ୍ୟସେବା କ୍ଷେତ୍ରରେ ଡ.ଉତ୍ତମ ଚରଣ ଜେନା, ପ୍ରାଧ୍ୟାପିକା ପ୍ରମିଳା ପଣ୍ଡା, ଅର୍ଜୁନ ପୁରସ୍କାର ବିଜୟିନୀ ମିନତୀ ମହାପାତ୍ର, ବିଶିଷ୍ଟ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି, ସମାଜସେବୀ ଶ୍ୟାମସୁନ୍ଦର ପରିଡା, ଜାତୀୟ କ୍ରୀଡାବିତ୍ ପି.କେ. ଗନ୍ତାୟତ, ସଙ୍ଗୀତଜ୍ଞ ଭାସ୍କର ପୁହାଣ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପୁଲୀନ ବିହାରୀ ମାନସିଂହ, ସାହିତ୍ୟିକ ଅଳକା ଚାନ୍ଦ, ବିଶିଷ୍ଟ ଐତିହାସିକ ଡ.ପ୍ରଭାତ କୁମାର ମଲ୍ଲିକ, ବିଶିଷ୍ଟ ଆଇନ୍ଜୀବୀ ସୁଜୟ ପାଣି ଓ ତପନ ପ୍ରସାଦ ଶାହା, ଶିକ୍ଷା ଓ ସମାଜସେବୀ ନଳିନୀପ୍ରଭା ପଟ୍ଟନାୟକ, ଅର୍ଜୁନ ପୁରସ୍କାର ବିଜେତା ମାଇକେଲ୍ କିଣ୍ଡୋ, ୟୁଥ୍ ହଷ୍ଟେଲ ସଭାପତି ନାରାୟଣ ପତି, ବିଶିଷ୍ଟ ଚିକିତ୍ସାବିତ ଡ.ବି.ବି.ରାଓ, ଶିକ୍ଷାବିତ ଯତୀନ ନାୟକ, ଇଂ.ଦୀପ୍ତିରଞ୍ଜନ ପଟ୍ଟନାୟକ, ଆନ୍ତର୍ଜାତୀୟ କବାଡି ରେଫରୀ ଅରବିନ୍ଦ ପାତ୍ର, ଚାରୁକଳା ପାଇଁ ପୂର୍ଣ୍ଣଚନ୍ଦ୍ର ମାହାତୋ, ସମାଜସେବୀ କାର୍ତ୍ତିକ ପାଣ୍ଡବ, ଡ.ଏ.କେ. ସାମଲ, ସାମ୍ବାଦିକ ମନୋରଞ୍ଜନ ଦାଶ, ଚିକିତ୍ସାବିତ୍ ଡ.ଉଦୟଭାନୁ ଦାସ, ଆଇଜିଏଚ୍ ନିର୍ଦ୍ଦେଶକ ସୁଧାଂଶୁ ଶେଖର ପତି, ବିଶିଷ୍ଟ ସାହିତ୍ୟିକ ଅକ୍ଷୟ କୁମାର ସାମଲ, ସଙ୍ଗୀତଜ୍ଞ ସୁବ୍ରତ ବିଶ୍ୱାଳ, ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ କୁମାର ପତି, ଶିକ୍ଷାବିତ୍ ଦେବେନ୍ଦ୍ରନାଥ ବେହେରା, କବି ଆର୍ତ୍ତତ୍ରାଣ ମହାପାତ୍ର, ସଙ୍ଗୀତ ଶିଳ୍ପୀ ନିରୂପମ ପୁହାଣ, ଭଞ୍ଜ କଲଚରାଲ ଟ୍ରଷ୍ଟ ପ୍ରଗତି ଉକ୍ରଳ ସଂଘ, ଆଦର୍ଶ ପାଠାଗାର, ବଡିବିଲଡିଂ ଆନ୍ତର୍ଜାତୀୟ ରେଫରୀ ସତ୍ୟବ୍ରତ ଓଝା, ନିର୍ଦ୍ଦେଶକ ଦିଶା ଅବଦୁଲ କାଲାମ ଆଜାଦ, ମହିଳା ସର୍ବଭାରତୀୟ ରେଫରୀ ସସ୍ମିତା ଦାସ, ବିଶିଷ୍ଟ ସେବିକା ଅନୀତା ରାୟ, ବରିଷ୍ଠ ଟ୍ରେଡ୍ ୟୁନିୟନ ନେତା ଅଭୟ ଚୌଧୁରୀ ଓ ମାର୍ଶା ସାମଦ, ବିଶିଷ୍ଟ ବିଶିଷ୍ଟ ସାଇକେଲ୍ ରେସର କଶଲ ଅଗ୍ରୱାଲ, ନାଟ୍ୟ ନିର୍ଦ୍ଦେଶକ ବିଧୁ ଭୂଷଣ ନନ୍ଦ, ଡ.କୃପାସିନ୍ଧୁ ନାୟକ, ବିଷ୍ଣୁପ୍ରିୟା ମହାପାତ୍ର, ବଳରାମ ରାଉଳ, ସଙ୍ଗୀତ ନିର୍ଦ୍ଦେଶକ ବୁଦ୍ଧ ପ୍ରସାଦ ରାଓ, ରାଉରକେଲା ବିଶିଷ୍ଟ ସମାଜସେବୀ ବସନ୍ତ କୁମାର ମଲ୍ଲିକ, ଆକାଶବାଣୀ କେନ୍ଦ୍ରର କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ କରି ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ଓ ଅଭ୍ୟର୍ଥନା କମିଟି ପୃଷ୍ଠପୋଷକ ବିଷ୍ଣୁ ମହାନ୍ତି ସମ୍ମାନିତ କରିଥିଲେ ।

ଏହି ଅହୋରାତ୍ର ଜାଗରଣ ଓ ୭୨ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଅଗଷ୍ଟ ୧୪ ତାରିଖ ସକାଳ ୬ରୁ ୧୫ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ସିଆଇଟିୟୁ ରାଜ୍ୟ ଉପସଭାପତି ବନମାଳୀ ଧୂପାଳ, ଅଭ୍ୟର୍ଥନା କମିଟି ସାଧାରଣ ସମ୍ପାଦକ ବିମାନ ମାଇତି, ବସନ୍ତ ନାୟକ, ସୁରେନ୍ଦ୍ର ଦାଶ, ରାଜକିଶୋର ପ୍ରଧାନ, ଶ୍ରୀମନ୍ତ ବେହେରା, ବି.ପି. ମହାପାତ୍ର, ନୃସିଂହ ନାରାୟଣ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝି, ଏନ୍.କେ. ରାଉତରାୟ, ବିନୋଦିନୀ ଦାଶ, ଶୁଭ୍ରା ମୁଖାର୍ଜୀ, ଅରୁ ଦାସ, କିଶୋର ତନ୍ତୀ, ବିନୟ ବେଉରିଆ, ଅଶୋକ ଦାସ, ଜୁବେର ଖାଁ, ଦିବାକର ମହାରଣା, ପ୍ରଭାତ ପାଣିଗ୍ରାହୀ, ଦେବାନନ୍ଦ ରାଉତ, ଉମା ମୁଖାର୍ଜୀ, ଅଲେଖ ସାହାଣୀ ପ୍ରମୁଖଙ୍କ ସମେତ ଅନେକ ନେତୃବୃନ୍ଦ ସାମିଲ୍ ଥିଲେ ।

Related Post