Sun. Mar 8th, 2026

୫୦ ଜଣ ଛାତ୍ରଛାତ୍ରୀଙ୍କ ସହ ୨୦୨୧-୨୨ରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଆରମ୍ଭ କରିବ ଆଇଆଇଟି ଖଡ଼ଗପୁର

168 Views

ନିର୍ଦେଶକ ପ୍ରଫେସର୍‌ ଶ୍ରୀମନ କୁମାର ଭଟ୍ଟାଚାର୍ଯ୍ୟ କହନ୍ତି: ଏ ବର୍ଷ ବହିର୍ବିଭାଗ ରୋଗୀ ସେବା ଆରମ୍ଭ କରିବାକୁ ଯୋଜନା କରିଛୁ। ଆସନ୍ତା ବର୍ଷ ଆରମ୍ଭ ବେଳକୁ ଆମେ ପ୍ରଥମ ପର୍ଯ୍ୟାୟରେ ୪୦୦ ଶଯ୍ୟାବିଶିଷ୍ଟ ଅଭ୍ୟନ୍ତର ରୋଗୀସେବା ଆରମ୍ଭ କରିବୁ। ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଗଲେ ଏମ୍‌ସିଆଇର ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଆରମ୍ଭ କରିବୁ।

Image Source: Times of India

ଦ୍ୱିତୀୟ ପର୍ଯ୍ୟାୟରେ ଯଶ୍ୟା ସଂଖ୍ୟା ୭୫୦କୁ ବୃଦ୍ଧି କରାଯିବା ସହ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ୧୦୦ ବୃଦ୍ଧି କରାଯିବ।

ଡାକ୍ତରଖାନାଟି କ୍ରସ୍‌-ସବ୍‌ସିଡି ମଡେଲ୍‌ରେ ଲାଭରହିତ ଭାବେ ଚାଲିବ। ୧୦% ଶଯ୍ୟା ମାଗଣାରେ ମିଳିବ ଏବଂ ୬୫% ଶଯ୍ୟା ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟବୀମା ସ୍କିମ୍‌ ନିର୍ଦ୍ଧାରିତ ମୂଲ୍ୟ ଲାଗୁ କରାଯିବ।

By amfnews

Related Post