127 Views
ଉତ୍ତରପ୍ରଦେଶ ,ଜାନୁଆରୀ ୧୮ : ଉତ୍ତରପ୍ରଦେଶ ବିଜନୌର ଥାନା ଚକମଦମୁଦପୁରରୁ ଆସିଛି ଲୋମଟାଙ୍କୁରା କାହାଣୀ । ଦୀର୍ଘଦିନ ଧରି ସ୍ତ୍ରୀ ଶାଶୁଘରକୁ ନଯିବାରୁ ଅତି ନିର୍ମମଭାବେ ଶାଶୁ-ଶ୍ୱଶୁରଙ୍କୁ ହତ୍ୟା କରିଛି ଜ୍ୱାଇଁ । ସୁଚନା ଅନୁସାରେ, ଉତ୍ତରପ୍ରଦେଶ ବିଜନୌର ଥାନା ଚକମଦମୁଦପୁରରେ ରବିବାର ରାତିରେ ମୁଜଫରନଗରର ବାସିନ୍ଦା ରିଜଓ୍ବାନା ନିଜ ଶ୍ବଶୁର ଘର ପହଞ୍ଚିଥିଲା ।
୩ମାସ ଧରି ସ୍ତ୍ରୀ ଶାଶୁଘରକୁ ନଯିବା ଘଟଣାକୁ ନେଇ ପାଟିତୁଣ୍ଡ କରିଥିଲା ଯାହାଫଳରେ ଅଭିଯୁକ୍ତ ଅତ୍ୟନ୍ତ ଉତ୍ତକ୍ତ ହୋଇ ବୃଦ୍ଧ ଶାଶୁ-ଶ୍ବଶୁରଙ୍କୁ ଛୁରୀ ଭୁସି ହତ୍ୟା କରିଦେଇଛି । ଏହି ସମୟରେ ଅନ୍ୟ ଜଣେ ଜ୍ବାଇଁ ଫହିମ ବିରୋଧ କରିବାରୁ ରିଜଓ୍ବାନ ତାଙ୍କୁ ମଧ୍ୟ ଆକ୍ରମଣ କରି ଆହତ କରିଦେଇଥିଲେ । ଫହିମଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ଘଟଣା ଘଟାଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଯାହାଫଳରେ ଅଭିଯୁକ୍ତକୁ ଧରିବା ପାଇଁ ୪ଟି ଟିମ୍ ଗଠନ କରି ପୋଲିସ୍ ତନାଘନା ଆରମ୍ଭ କରିଛି ।