Thu. Jun 12th, 2025

୩୯ ହଜାର ଟପିଲା ସୁନା ଦର

By amfnews Aug 26, 2019 #Featured
155 Views

ମୁମ୍ବାଇ: କ୍ରମାଗତ ଭାବେ ସପ୍ତମ ଦିନ ପାଇଁ ବୃଦ୍ଧି ପାଇଛି ସୁନାଦର। ସୋମବାର ଏହାର ଦର ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୯,୧୯୬ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦର ମଧ୍ୟ ବୃଦ୍ଧି ପାଇଛି। ଆଜି ପ୍ରଥମ କେଇ ଘଣ୍ଟା ମଧ୍ୟରେ ରୁପା ଦର କିଲୋଗ୍ରାମ ପ୍ରତି ୪୫,୧୪୮ ଟଙ୍କା ଛୁଇଁଥିଲା। ତେବେ କିଛି ସମୟ ମଧ୍ୟରେ ଏହା ୪୫,୦୫୮ ଟଙ୍କାକୁ ଖସି ଆସିଛି। ୨୦୧୬ ମସିହା ପରେ ଆଜି ରୁପା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।

ଆମେରିକା ଓ ଚୀନ ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧର ପ୍ରଭାବ ଯୋଗୁଁ ସୁନା ଓ ରୁପାର ଦର ବୃଦ୍ଧି ପାଉଥିବା ବଜାର ବିଶେଷଜ୍ଞମାନେ ଅନୁଶୀଳନ କରୁଛନ୍ତି। ଏହି ବାଣିଜ୍ୟ ଯୁଦ୍ଧ ଯୋଗୁଁ ନିବେଶକାରୀମାନେ ଶିଳ୍ପ ଓ ମାନୁଫାକ୍ଚରିଂ କ୍ଷେତ୍ରରେ ପୁଞ୍ଜି ଖଟେଇବାକୁ ପସନ୍ଦ କରୁ ନାହାନ୍ତି। ଛୋଟ ଛୋଟ ପୁଞ୍ଜିନିବେଶକମାନେ ଶେୟାର ବଜାରରୁ ଟଙ୍କା ଉଠାଇ ଆଣି ସୁନା ଓ ରୁପାରେ ନିବେଶ କରୁଛନ୍ତି।

ଅନ୍ତର୍ଜାତୀୟ ବଜାରରେ ସୃଷ୍ଟି ହୋଇଥିବା ଏହି ପରିସ୍ଥିତି ଯୋଗୁଁ ଭାରତୀୟ ମୁଦ୍ରା ଟଙ୍କାର ମଧ୍ୟ ମୂଲ୍ୟହ୍ରାସ ଘଟିଛି। ସୋମବାର ୧ ମାର୍କିନ ଡଲାର ମୂଲ୍ୟ ୭୨.୦୩ ଟଙ୍କାରୁ କାରବାର ଆରମ୍ଭ କରି ଖୁବଶୀଘ୍ର ୭୨.୨୫ ଟଙ୍କାରେ ପହଂଚିଯାଇଛି। ଚୀନ ମୁଦ୍ରା ୟୁଆନର ମୂଲ୍ୟହ୍ରାସ ଯୋଗୁଁ ଭାରତୀୟ ମୁଦ୍ରା ଚାପଗ୍ରସ୍ତ ହୋଇଥିବା କୁହାଯାଉଛି। ଆଜି ଅନ୍ତର୍ଜାତୀୟ ବଜାରରେ ୧ ଡଲାରର ମୂଲ୍ୟ ୭.୧୪୮୭ ୟୁଆନ ରହିଛି

By amfnews

Related Post