Sat. Nov 30th, 2024

୨୯ ବର୍ଷିଅ ଯୁବକଙ୍କ ଶରୀରରେ ଗର୍ଭାଶୟ

By amfnews Jul 12, 2019 #Featured
103 Views

ମୁମ୍ବାଇ, ଜୁଲାଇ ୧୨ : ନପୁଂସକତା ଚିକିତ୍ସା ପାଇଁ ମୁମ୍ବାଇର ସରକାରୀ ଜେଜେ ହସ୍ପିଟାଲ ଆସିଥିବା ଜଣେ ୨୯ ବର୍ଷିଅ ଯୁବକଙ୍କ ଶରୀରରେ ଡାକ୍ତରମାନେ ଗର୍ଭାଶୟ ପାଇଛନ୍ତି । ଏହି ଗର୍ଭାଶୟ ମହିଳାଙ୍କ ଜନନାଙ୍ଗ ଭଳି ବୋଲି ଡାକ୍ତରମାନେ ଜାତୀୟ ଗଣମାଧ୍ୟମକୁ ସୂୂଚନା ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଯୁବକଙ୍କ ଶରୀରରେ ଏହା ଏକ ଅଦ୍ଭୁତ ତ୍ରୁଟି ଦେଖିବାକୁ ମିଳିଛି । ଏଭଳି ମାମଲା ଏଯାଏଁ ୨୦୦ଟି ରହିଛି । ଗତ ମାସରେ ଡାକ୍ତରମାନେ ଏହି ଅପରେଶନ କରିଥିବା ବେଳେ ସଂପୃକ୍ତ ଯୁବକର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଛି ।

ହସ୍ପିଟାଲର ୟୁରୋଲୋଜୀ ବିଭାଗର ମୁଖ୍ୟ ଡାକ୍ତର ଭେଙ୍କଟ ଗୀତେ କହିଛନ୍ତି, ଯୁବକଙ୍କ ସର୍ଜରୀ ଜୁନ ୨୬ରେ କରାଯାଇଥିଲା । ସେ କହିଛନ୍ତି, ଯୁବକଙ୍କ ଶରୀରରୁ ଗର୍ଭାଶୟ, ଫେଲୋପିୟନ ଟ୍ୟୁବ, ସର୍ଭିକ୍ସ ଏବଂ ଯୋନୀର ଏକ ଅଂଶ ଅପରେଶନରେ ବାହାର କରାଯାଇଛି । ଏଯାଏଁ ୨୦୦ଟି ଏଭଳି ମାମଲା ଦୃଷ୍ଟିଗୋଚର ହୋଇଛି । ଏହାକୁ ପ୍ରୋସିଷ୍ଟେଣ୍ଟ ମୁଲେିୟାନ ଆକ୍ସ ସିଣ୍ଡ୍ରୋମ କୁହାଯାଇଥାଏ ।

ଡାକ୍ତର ଗୀତେ କହିଛନ୍ତି, ରୋଗୀର ଶରୀରର ଚର୍ମରୁ ଜଣାପଡୁଥିଲା ଯେ, ତା’ର ଟେଷ୍ଟିକାଲ ଏବେ ବି ଶରୀର ଭିତରେ ରହିଛି । ଏହି ସମସ୍ୟାକୁ ସର୍ଜରୀ ମାଧ୍ୟରେ ସମାଧାନ କରାଯାଇ ପାରିବ । ମାତ୍ର ଆମେ ଯେତେବେଳେ ସର୍ଜରୀ ଆରମ୍ଭ କଲୁ, ଶରୀର ଭିତରେ ଏକ ଗର୍ଭାଶୟ ଥିଲା ।

ଡାକ୍ତର କହିଛନ୍ତି, ଏମଆରଆଇରୁ ଜଣାପଡ଼ିଥିଲା ଯେ, ତା’ର ଶରୀର ଭିତର ଫଲୋପିୟନ ଟ୍ୟୁବ, ସର୍ଭିକ୍ସ ଏବଂ ଯୋନୀ ଭଳି ସ୍ତ୍ରୀ ଜନନାଙ୍ଗ ରହିଛି । ସର୍ଜର ସଫଳ ରହିଛି କିନ୍ତୁ ଯୁବକ ପୁଣି କେବେ ବି ବାପା ହୋଇ ପାରିବ ନାହିଁ । କାରଣ ସେ ଏଜୋର୍ସ୍ପାମିଆ ରୋଗରେ ପୀଡ଼ିତ । ଏହି ରୋଗରେ ପୁରୁଷଙ୍କ ସିମେନରେ ସ୍ପର୍ମ ନଥାଏ ।

By amfnews

Related Post