Sat. Mar 7th, 2026

୨୭ଶହ କୋଟି ଟଙ୍କାର ହେରୋଇନ ଜବତ

190 Views

ଅମୃତସର : ଏକ ଅତି ବଡ଼ ଧରଣର ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିଛି କଷ୍ଟମ୍ସ ବିଭାଗ। ବିଭାଗ ପକ୍ଷରୁ ଆଜି ୫୩୨ କେଜି ଓଜନର ହେରୋଇନ୍‌ ଜବତ କରାଯାଇଛି। ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ୨୭ଶହ କୋଟି ଟଙ୍କା ହେବ।

ଏଭଳି ବଡ଼ ପରିମାଣର ହେରୋଇନ ପାକିସ୍ତାନରୁ ଭାରତକୁ ଆସିଥିଲା। ଅଟ୍ଟାରୀ ବର୍ଡର ଦେଇ ଏଗୁଡ଼ିକ ଚୋରାଚାଲାଣ ହେଉଥିବା ବେଳେ ବିଭାଗ ଏହାକୁ ଜବତ କରିଛି। ଏହି ଘଟଣାରେ ଦୁଇ ଦେଶ ମଧ୍ୟରେ ଡ୍ରଗ୍ସ କାରବାର କରୁଥିବା ମାଷ୍ଟରମାଇଣ୍ଡକୁ କଶ୍ମୀରରୁ ଗିରଫ କରାଯାଇଛି।

ଆଜି ଯାଏ କଷ୍ଟମ୍ସ ବିଭାଗ କେବେ ହେଲେ ଏକାବେଳକେ ଏତେ ପରିମାଣର ଡ୍ରଗ୍ସ ଜବତ କରି ନଥିଲା। ବିଭାଗ ପକ୍ଷରୁ କୁହାଯାଇଛି, ପାକିସ୍ତାନରୁ ଏଗୁଡ଼ିକ ଭାରତରେ କାରବାର କରିବା ପାଇଁ ଆସିଥିଲା।

ଏହାର ମାଷ୍ଟରମାଇଣ୍ଡ ହେଉଛି ତାରିକ ଅହମ୍ମଦ। ତା’ଘର କଶ୍ମୀରର ହିନ୍ଦୱାରାରେ। ତାକୁ ଜମ୍ମୁ-କଶ୍ମୀର ପୁଲିସ୍‌ ସହାୟତାରେ ଗିରଫ କରାଯାଇଛି। ସେହିପରି ଯେଉଁ ଗାଡ଼ିରେ ଏହି ନିଶାଦ୍ରବ୍ୟ ସୀମା ପାର କରି ଆସୁଥିଲା, ତା’ର ମାଲିକଙ୍କୁ ମଧ୍ୟ ଅଟକ ରଖାଯାଇଛି।

By amfnews

Related Post