Fri. Mar 6th, 2026

୨୪ ଘଣ୍ଟାରେ ଯୁକ୍ତରାଷ୍ଟ୍ର ଆମେରିକାରେ ରେକର୍ଡ ସଂଖ୍ୟକ ବ୍ୟକ୍ତି କୋଭିଡ୍-୧୯ ସଂକ୍ରମିତ

222 Views

ୱାସିଂଟନ୍: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ୫୫ ହଜାରରୁ ଊର୍ଦ୍ଧ୍ବ ନୂତନ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ‌ରିପୋର୍ଟ କରିଛି। ଏପର୍ଯ୍ୟନ୍ତ ଆମେରିକାର ଦୈନିକ ସଂକ୍ରମଣ ରିପୋର୍ଟରେ ଏହା ସର୍ବାଧିକ ବୋଲି ‘ରଏଟର୍’ ହିସାବରୁ ଜଣାପଡ଼ିଛି।

ଗୁରୁବାର ବିଳମ୍ବିତ ରାତ୍ରୀ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ନୂତନ ସଂକ୍ରମଣ ସଂଖ୍ୟା ୫୪, ୮୭୯ ଥିଲା। ଏହି ସଂଖ୍ୟା ଜୁନ୍ ୧୯ ତାରିଖ ଦିନ ବ୍ରାଜିଲ୍‌ରେ ହୋଇଥିବା ରେକର୍ଡ ସଂଖ୍ୟକ ସଂକ୍ରମଣ ୫୪, ୭୭୧କୁ ଟପିଯାଇଛି।

ମାତ୍ର ଦୁଇ ସପ୍ତାହ ତଳେ ଆମେରିକାରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ହାରାହରି ୨୨, ୦୦୦ ରହୁଥିଲା। କିନ୍ତୁ, ଗତ ୭ ଦିନ ହେବ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ୪୦ ହଜାର ଟପି ଚାଲିଛି।

Image Courtesy of Reuters

ଜୁନ୍‌ ପ୍ରାରମ୍ଭର ଦୁଇ ସପ୍ତାହ ମଧ୍ୟରେ ସଂକ୍ରମଣ ସଂଖ୍ୟା ତୁଳନାରେ ଗତ ୧୪ ଦିନ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ୫୦ଟି ରାଜ୍ୟରୁ ୩୭ଟି ରାଜ୍ୟରେ ନୂତନ ସଂକ୍ରମଣ ବଢ଼ି ଚାଲିଥିବା କଥା ‘ରଏଟର୍’ ବିଶ୍ଳେଷଣରୁ ଜଣାପଡ଼ିଛି।

ଗୁରୁବାର ଦିନ ଫ୍ଲୋରିଡାରେ ଗୋଟିଏ ଦିନରେ ୧୦ ହଜାର ନୂଆ ସଂକ୍ରମଣ ରେକର୍ଡ କରାଯାଇଛି। ୨୧ ନିୟୁତ ବାସିନ୍ଦା ଥିବା ଏହି ରାଜ୍ୟରେ ଯେକୌଣସି ଇଉରୋପୀୟ ରାଷ୍ଟ୍ର ଠାରୁ ଅଧିକ ଦୈନିକ ନୂତନ ସଂକ୍ରମଣ ରିପୋର୍ଟ ହେଉଛି।

ପରୀକ୍ଷା ହାର ଯେମିତି ବଢୁଛି, ପଜିଟିଭ୍ ହାର ମଧ୍ୟ ସେହି ଭଳି ବଢୁଛି। ସଂକ୍ରମିତମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ମଧ୍ୟ ବୃଦ୍ଧି ପାଇଛି।

ଏ ସପ୍ତାହ ପ୍ରାରମ୍ଭରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ୍ ଇନ୍‌ଫେକ୍ସିୟସ୍ ଡିଜିଜେସ୍’ର ମୁଖ୍ୟ ଡାକ୍ତର ଆଣ୍ଟୋନି ଫାଉଚି ସତର୍କ କରାଇ ଦେଇଥିଲେ ଯେ, ସଂକ୍ରମଣ ସଂଖ୍ୟା ମନ୍ଥର କରିବାକୁ ଦେଶବ୍ୟାପୀ ପଦକ୍ଷେପ କରା ନ ଗଲେ ଦୈନିକ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ଟପିଯିବ।““““““““““““““

By amfnews

Related Post