Sat. Mar 7th, 2026

୨୨ଟି ପ୍ରକଳ୍ପରେ ୯ ହଜାର ଯୁବକଙ୍କୁ ମିଳିବ ନିଯୁକ୍ତି

216 Views

ଭୁବନେଶ୍ୱର  : ଆଜି ଲୋକସେବା ସଦନରେ ୧୦ଟି ପ୍ରକଳ୍ପର ଉଦଘାଟନ ସହ ୧୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି | ୧୦ଟି କ୍ଷେତ୍ରରେ ଏହି ପ୍ରକଳ୍ପ ସ୍ଥାପିତ ହୋଇଥିବାବେଳେ ୧୨ଟି ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ କରାଯିବ | ଏହି ୨୨ଟି ପ୍ରକଳ୍ପରେ ୯ ହଜାର ୨୩୦ ଜଣ ନିଯୁକ୍ତି ପାଇବେ | ଏହି ସବୁ ଶିଳ୍ପ ପାଇଁ ୪ ହଜାର ୪୬୧ କୋଟି ଟଙ୍କା ନିବେଶ ହେବ ବୋଲି ଜଣାପଡିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଉଦଘାଟିତ ହୋଇଥିବା ୧୦ଟି କମ୍ପାନୀଗୁଡିକ ହେଉଛି ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ଼, ଜେଏସଡବ୍ଲ୍ୟୁ ସିମେଣ୍ଟ, ଆରତୀ ଷ୍ଟିଲ, ଜେକେ ଲକ୍ଷ୍ମୀ ସିମେଣ୍ଟ, ହିଣ୍ଡାଲକୋ ସୋଲାର, ଓରିକନ, ବୌଦ୍ଧ ଡିଷ୍ଟିଲେରୀ, ନେଜନ ଟ୍ୟୁବ, ଜୟ ଭାରତ ସ୍ପାଇସ ଲିମିଟେଡ଼, ଏମକେ ପ୍ଲାଷ୍ଟ, ରୁଙ୍ଗଟା ମାଇନ୍ସ, ଶ୍ରୀହରି ସ୍ପଞ୍ଜ ପ୍ରାଇଭେଟ ଲିମିଟେଡ଼ |

ସେହିପରି ଏବିପି ଏନର୍ଜିଟେକ, ଆଦିତ୍ୟ ବିର୍ଲା, ଭାଶନ ଲିମିଟେଡ଼, ଖୁସି ଇଣ୍ଡଷ୍ଟ୍ରିଜ, ମେ ଫେୟାର ହୋଟେଲ, ସାଇ ବିନାୟକ କର୍ପୋରେସନ, ବିନୁ ଇଣ୍ଡଷ୍ଟ୍ରିଜ, ମାହେଶ୍ୱରୀ ପ୍ୟାକେଜିଙ୍ଗ କମ୍ପାନୀ ଭଳି ୧୨ଟି କମ୍ପାନୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି | ପୂର୍ବରୁ ୬ଟି ପର୍ଯାୟରେ ଏଭଳି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା | ଏଥର ୭ମ ପର୍ଯ୍ୟାୟରେ ଏହି ସବୁ ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ଥିଲେ |

By amfnews

Related Post