Sun. Mar 8th, 2026

୧୭ ଜିଲ୍ଲାରେ ୩୮ଟି ଆହାର କେନ୍ଦ୍ର ଖୋଲିଲା: ସଚିବାଳୟରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

256 Views

ଭୁବନେଶ୍ୱର : ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ଆଜି ସଚିବାଳୟରେ ସହରାଞ୍ଚଳରେ ନିର୍ମିତ ହୋଇଥିବା ଆହାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଏହି ଯୋଜନାରେ ପ୍ରତିଦିନ ୧ ଲକ୍ଷ ଲୋକ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପରିଚାଳିତ ୧୫୭ଟି ଆହାର କେନ୍ଦ୍ରରେ ଦୈନିକ ୧ ଲକ୍ଷ ଲୋକଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଯୋଗାଇ ଦିଆଯାଉଛି। ଆଜିର ଏହି ୩୮ଟି ଆହାର କେନ୍ଦ୍ରର ଲୋକାର୍ପଣ ପରେ ରାଜ୍ୟର ସମସ୍ତ ୩୦ଟି ଜିଳ୍ଲାର ୧୧୪ଟି ସହରାଞ୍ଚଳରେ ଆହାର କେନ୍ଦ୍ର ସ୍ଥାପିତ ହୋଇଛି।

ଲୋକାର୍ପଣ ସମୟରେ ଭିଡିଓ କନ୍‌ଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ଖୋଲିଥିବା ଆହାର କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ୨୦୧୫ ଏପ୍ରିଲ୍‌ ପହିଲାରେ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ।

By amfnews

Related Post