Sat. Mar 7th, 2026
151 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଅଞ୍ଚଳରୁ ୧୭ଶହ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ୍। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତଜଣକ ଚୋରା ଗଞ୍ଜେଇ ଚାଲାଣ କରାଯାଉଥିବା ମିନି ଟ୍ରକ୍‌ର ଡ୍ରାଇଭର। ତାଙ୍କ ନାଁ ବିଶ୍ୱରଞ୍ଜନ ବିଶ୍ୱାଳ।

ସୂଚନାମୁତାବକ, ଏକ ମିନି ଟ୍ରକ୍‌ରେ ପାରଳାଖେମୁଣ୍ଡିରୁ ପୁରୀକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ ସେଠୀ କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ପୁଲିସ ଟିମ୍‌ ସହ ଆଇଆଇସି ଡେଙ୍ଗାଓସ୍ତାରେ ଜଗି ରହିଥିଲେ। ଟ୍ରକ୍‌ଟି ଡେଙ୍ଗାଓସ୍ତା  ଅତିକ୍ରମ କରୁଥିବା ବେଳେ ପୁଲିସ୍ ଟିମ୍‌ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୧୭ଶହ କିଲୋ ଗଞ୍ଜେଇ ଜବତ ହୋଇଥିଲା।

By amfnews

Related Post