115 Views
ଗୌହାଟୀ : ଆସାମର ଗୌହାଟୀ ବିମାନବନ୍ଦରରୁ କ୍ରାଇମବ୍ରାଞ୍ଚ ତିନି ଜଣ ଠକଙ୍କୁ ଗିରଫ କରିଛି | ଏହି ତିନିଜଣ ଦୃବୁର୍ତ୍ତ ଏୟାର ଏସିଆ ବିମାନ ଯୋଗେ ଦିଲ୍ଲୀରୁ ଗୌହାଟୀ ଆସୁଥିଲେ | ଏମାନଙ୍କ ପାଖରୁ ୧୩୦ଟି ନକଲି ଏଟିଏମ କାର୍ଡ ସମେତ ୧୦ ବୋତଲ କଫ ସିରପ ଜବତ କରାଯାଇଛି | ସେହିପରି ନଗଦ ୯୧ ହଜାର ଟଙ୍କା ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି |
ବେଆଇନ କଫ ସିରପକୁ ଆସାମରେ ବିକ୍ରି କରିବାକୁ ଯୋଜନା କରୁଥିବାନେଇ ତିନି ଜଣ ଦିଲ୍ଲୀରୁ ଆସୁଥିବାର କ୍ରାଇମବ୍ରାଞ୍ଚ ପାଖରେ ଖବର ପହଞ୍ଚିଥିଲା | ଏହା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବିମାନବନ୍ଦରରେ ଚଢ଼ାଉ କରାଯାଇଥିଲା | ପଚରାଉଚୁରା ପରେ ତିନି ଜଣଙ୍କ ଘର ହରିୟାଣାରେ ବୋଲି ଜଣାପଡିଛି | ତେବେ ୧୩୦ଟି ଏଟିଏମ କାର୍ଡ କେଉଁ କାମରେ ବ୍ୟବହାର କରାଯାଉଥିଲା ପୁଲିସ ଏବେ ଏହାର ତଦନ୍ତ କରୁଛି |