Sat. Mar 7th, 2026

୧୨ କେଜି ହରିଣ ମା˚ସ ଜବତ; ଶିକାରୀ ଗିରଫ

227 Views

ରାଜନଗର, ନଭେମ୍ବର, ୬ : ଭିତରକନିକା ଜାତୀୟ ଉଦ୍ୟାନର ସୁନେଇ ରୂପେଇ ଜଙ୍ଗଲରେ ହରିଣ ଶିକାର କରି ବାଇକରେ ନେଉଥିବା ବେଳେ ବନବିଭାଗ ଟିମ ଚଢଉ କରି ୧୨ କେଜି ହରିଣମା˚ସ ଜବତ କରିଛି। ଜଣେ ଶିକାରୀକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ ବଗପାଟିଆ ଗାଁର ସୁକାନ୍ତ ପରିଡା ସୁନେଇ ରୂପେଇ ଜଙ୍ଗଲରେ ଫାସ ବସାଇ ହରିଣ ଶିକାର କରିଥିଲେ। ଜଙ୍ଗଲ ମଧୢରେ ହରିଣକୁ କାଟି ୧୨ କେଜି ମା˚ସ ହରିହରପୁର ଗାଁର କିରଣ ସ୍ବାଇଁ ଓ ବାସୁଦେବ ସ୍ବାଇଁଙ୍କୁ ବିକ୍ରି କରିଥିଲେ। ଏହି ଦୁଇଜଣ ହରିଣ ମା˚ସକୁ ବାନ୍ଧି ଯିବାକୁ ବାହାରିଥିବା ବେଳେ ବନବିଭାଗର ପାଟ୍ରୋଲି˚ ଟିମ ସେଠାରେ ଚଢାଉ କରିଥିଲେ। କିରଣ ସ୍ବାଇଁଙ୍କୁ ବନବିଭାଗ ଟିମ କାବୁ କରିନେଇଥିବା ବେଳେ ଘଟଣାସ୍ଥଳରୁ ବାସୁଦେବ ସ୍ବାଇଁ ଫେରାର ହୋଇଯାଇଥିଲେ। ଗୁପ୍ତି ଫରେଷ୍ଟର ପ୍ରଦୀପ କୁମାର ସ୍ବାଇଁଙ୍କ ନେତୃତ୍ବରେ ଫରେଷ୍ଟଗାର୍ଡ ଅଭିରାମ ଦାସ, ପ୍ରଫୁଲ୍ଲ ମାଝି ସଦଳବଳେ ଚଢାଉ କରିଥିଲେ।

By amfnews

Related Post