Tue. Jan 28th, 2025

୧୧ ହଜାର ଫୁଟ ଉଚ୍ଚ ପାହାଡ଼ ଶିଖରରେ ଆରମ୍ଭ ହୋଇଛି ଦେଶର ପ୍ରଥମ ହେଙ୍ଗୁ ଚାଷ

By amfnews Jan 9, 2021 #Featured
290 Views

ନୂଆଦିଲ୍ଲୀ, ଜାନୁଆରୀ ୦୯ : ଭାରତ ବିଶ୍ୱର ସବୁଠୁ ଅଧିକ ହେଙ୍ଗୁ ବ୍ୟବହାର କରୁଛି ହେଲେ ଦେଶରେ ହେଙ୍ଗୁ ଚାଷ ସମ୍ଭବ ହୋଇପାରୁନଥିଲା । ଏବେ ନୂଆଁ ଉତ୍ସାହ ନେଇ ଏ ଦିଗରେ ପାଦ ଥାପିଛି ଭାରତ ।

ଔଷଧୀୟ ଗୁଣରେ ଭରପୁର ହେଙ୍ଗୁ ଏବେ ଆମ ଦେଶରେ ଉତ୍ପାଦିତ ହେବ । ହିମାଚଳ ପ୍ରଦେଶର ଲାହୋର-ସ୍ୱିତି ଜିଲ୍ଲାର କ୍ଵାରିଙ୍ଗ ଗ୍ରାମରେ ପ୍ରଥମ କରି ହେଙ୍ଗୁ ଚାରା ରୋପଣ କରାଯାଇଛି । ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧ ହଜାର ଫୁଟ ଉଚ୍ଚରେ ଏହି ବୃକ୍ଷ ରୋପଣ କରାଯାଇଛି । ଆଫଗାନିସ୍ତାନରୁ ଅଣାଯାଇଥିବା ମଞ୍ଜିକୁ  ପାଲମପୁର ଠାରେ ଥିବା ଲ୍ୟାବ ରେ ବୈଜ୍ଞାନିକ ପଦ୍ଧତି ରେ ବିଶୋଧିତ କରାଯାଇଥିଲା ଓ ସଫଳତାର ସହିତ ଚାରା ଉତ୍ପାଦନ କରାଯାଇଥିଲା ।

ଦେଶର ପ୍ରଥମ ହେଙ୍ଗୁ ଚାଷ ପାଇଁ ହିମାଚଳ ପ୍ରଦେଶର ଏହି ଅଞ୍ଚଳକୁ ଚିହ୍ନଟ କରାଯାଇଛି । ଯଦି ଏହି ପଦକ୍ଷେପ ସଫଳ ହୁଏ ତେବେ ଏହା କୃଷକଙ୍କ ଅର୍ଥନୀତି ରେ ବିଶେଷ ସହାୟକ ହେବ । ଏବେ ଏହି ଉପତ୍ୟକାରେ ୭ ଜଣ ଚାଷୀଙ୍କୁ ହେଙ୍ଗୁ ଚାରା ଦିଆଯାଇଛି । ହିମାଳୟ ଇନଷ୍ଟିଚ୍ୟୁଟ ଅଫ ବାଇଓ ସାମ୍ପ୍ଲଡ଼ ଟେକ୍ନୋଲୋଜିର ନିର୍ଦ୍ଦେଶକ ଡ଼ଃ ସଂଜୟ କୁମାର କହିଛନ୍ତି ଯେ ଆଫଗାନିସ୍ଥାନରୁ ମଞ୍ଜି ଆଣି ସଫଳତାର ସହ ଚାରା ସୃଷ୍ଟି କରାଯାଇଥିବାରୁ ହେଙ୍ଗୁ ଅମଳରେ ବି ସଫଳତା ମିଳିବ ବୋଲି ଆଶା କରାଯାଉଛି ।

ଆମ ଦେଶରେ ଏବେ ବାର୍ଷିକ ପ୍ରାୟ ୧୨ ଶହ ଟନ ହେଙ୍ଗୁ ବ୍ୟବହାର ହେଉଛି । ଆନ୍ତର୍ଜାତୀୟ ସ୍ତରରେ ହେଙ୍ଗୁର କେଜି ପ୍ରତି ମୂଲ୍ୟ ୩୫ ହଜାର ଟଙ୍କା ଥିବା ଜଣାଯାଇଛି ।

By amfnews

Related Post