Fri. Mar 6th, 2026

୧୧ ମାସ ପରେ ସଚିବାଳୟକୁ ଆସିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

294 Views

ପାଣାଜୀ, ୧ ଜାନୁଆରୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ସକାଳେ ସଚିବାଳୟ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପାରିକର ସଚିବାଳୟରେ ପହଞ୍ଚିବା ପରେ ତାଙ୍କୁ ମନ୍ତ୍ରୀମଣ୍ଡଳର ସଦସ୍ୟ, ଦଳୀୟ କର୍ମୀ ଓ କର୍ମଚାରୀମାନେ ସ୍ୱାଗତ କରିଥିଲେ। ଦୀର୍ଘ ୧୧ ମାସ ପରେ ଶ୍ରୀ ପାରିକର ପ୍ରଥମ ଥର ପାଇଁ ସଚିବାଳୟ ଆସିଛନ୍ତି।

ସୂଚନାଯୋଗ୍ୟେ ଯେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତ ଫେବ୍ରୁଆରି ମାସରେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ପାନ୍‌କ୍ରିୟାସରେ କର୍କଟରୋଗ ହୋଇଥିିବା ଜଣାପଡ଼ିବା ପରେ ସେ ଆମେରିକା ସହିତ ନୂଆଦିଲ୍ଲୀସ୍ଥିତ ଏମ୍‌ସ ହସ୍‌ପିଟାଲରେ ଦୀର୍ଘଦିନ ହେବ ଚିକତ୍ସିତ ହେଉଥିଲେ। ତେବେ ଗତ ଅକ୍ଟୋବର ମାସରୁ ଶ୍ରୀ ପାରିକର ଗୋଆ ଫେରି ଯାଇ ନିଜ ବସଭବନରେ ରହୁଥିଲେ ମଧ୍ୟ ସଚିବାଳୟକୁ ଯାଉ ନ ଥିଲେ।

ଏପରିକି ତାଙ୍କ ସ୍ୱାସ୍ଥ୍ୟାାବସ୍ଥା ନେଇ ବିରୋଧୀଦଳଗୁଡ଼ିକ ପ୍ରଶ୍ନ ଉଠାଇଥିଲେ। ଗତ ମାସ ତୃତୀୟ ସପ୍ତାହରେ ଶ୍ରୀ ପାରିକର ପ୍ରଥମ ଥର ପାଇଁ ଦୀର୍ଘ ୧୧ ମାସ ପରେ ପଦାକୁ ବାହାରିଥିଲେ। ତାଙ୍କ ନାକରେ ଶ୍ୱାସନଳୀ ଲାଗିଥିବା ଅବସ୍ଥାରେ ଏକ ନଦୀବନ୍ଧର କାର୍ଯ୍ୟ ଅନୁଧାନ ପାଇଁ ଶ୍ରୀ ପାରିକର ଆସିଥିଲେ । ସେ ସମୟର ଫଟୋ ଭାଇରାଲ ହୋଇଥିଲା।। ତେବେ ଆଜି ନୂଆ ବର୍ଷ ଅବସରରେ ସମଗ୍ର ଦେଶ ସହିତ ଗୋଆ ଉତ୍ସବ ମୁଖରିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପାରିକର ୧୧ ମାସର ବ୍ୟବଧାନ ପରେ ପୁଣି ଥରେ ସଚିବାଳୟକୁ ଫେରିଛନ୍ତି।

By amfnews

Related Post