Thu. Jan 23rd, 2025

‘ୟୁଏନ୍‌ଏସ୍‌ସି’ରେ ଭାରତ ଅସ୍ଥାୟୀ ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ସମ୍ବୋଧନ କଲେ ବିଦେଶ ମନ୍ତ୍ରୀ

By amfnews Jan 13, 2021 #Featured
170 Views

ନୂଆଦିଲ୍ଲୀ, ଜାନୁଆରୀ ୧୩ : ଭାରତ ମଙ୍ଗଳବାର ସଂଯୁକ୍ତ ସୁରକ୍ଷା ପରିଷଦରେ କହିଛି, ଆତଙ୍କବାଦୀ ଅଥବା ଆତଙ୍କବାଦୀ ସଂଗଠନ ଉପରେ କଟକଣା ଲଗାଇବା ଲାଗି କାମ କରାଯିବା ଦରକାର । ଭାରତ ପରୋକ୍ଷ ଭାବେ ଚୀନର ଉଦାହରଣ ଦେଇଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରମୁଖ ମସୁଦ ଆଜହରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିବାରେ ଭାରତର ଉଦ୍ୟମ ଉପରେ ଚୀନ ସବୁବେଳେ ବାଧା ସୃଷ୍ଟି କରୁଛି ।  

ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଆମେ ଏହି ଲଢ଼େଇରେ ଆତଙ୍କବାଦୀକୁ ପ୍ରଶୟ ଦେଇପାରିବୁ ନାହିଁ । କାରଣ ଆତଙ୍କବାଦୀ ହିଁ ହେଉଛନ୍ତି ଆତଙ୍କବାଦୀ । ଭଲ ଓ ଖରାପ ଆତଙ୍କବାଦୀ ନଥାନ୍ତି । ଯେଉଁମାନେ ଆତଙ୍କବାଦୀମାନଙ୍କୁ ସମର୍ଥନ ଜଣାଉଛନ୍ତି ସେମାନଙ୍କୁ ଦୋଷୀ କୁହାଯିବ । ଆତଙ୍କବାଦୀ ନିୟନ୍ତ୍ରଣ ପାଇଁ ଆମକୁ ଲଢ଼େଇ ଜାରି ରଖିବାକୁ ହେବ । ପାରଦର୍ଶିିତା, ଜବାବଦେୀ ଓ ପଦକ୍ଷେପ ନେବା ସମୟର କଥା । ବିନା କୌଣସି କାରଣରେ ସୂଚୀବନ୍ଧ କରିବା ଅନୁରୋଧ ଉପରେ କଟକଣାର ଅଭ୍ୟାସ ବଦଳାଇବାକୁ ପଡ଼ିବ । ଆମକୁ ଏକତା ସୂତ୍ରରେ କାମ କରିବାକୁ ପଡ଼ିବ । 

ଜୟଶଙ୍କର ପ୍ରସ୍ତାବ ୩୭୩ (୨୦୦୧)କୁ ଅଙ୍ଗୀକୃତ କରାଯିବା ପରେ ୨୦୨୦ ବର୍ଷରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ଅନ୍ତର୍ଜାତୀୟ ସହଯୋଗ ଏବଂ ଆତଙ୍କବାଦୀ କାମ କାରଣରୁ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବିଷୟରେ ୟୁଏନଏସସିର ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରିଥିଲେ । ଏହି ମାସରେ ୧୫ ସଦସ୍ୟ ସୁରକ୍ଷା ପରିଷଦରେ ଭାରତ ଅସ୍ଥାୟୀ ସଦସ୍ୟ ଭାବେ ଆଗାମୀ ୨ ବର୍ଷ ପାଇଁ କାମ ଆରମ୍ଭ କରିବା ପରେ ଜୟଶଙ୍କର ପ୍ରଥମ ଥର ପାଇଁ ସମ୍ବୋଧନ କରିଛନ୍ତି । 

By amfnews

Related Post