Tue. Mar 10th, 2026

‘ୟାହାଁ ହାର ଭି ପ୍ରଭୁକୀ ହେ, ଜିତ୍‌ ଭି ପ୍ରଭୁକୀ ହେ’ : ଗଣେଶୀ ଲାଲ ଜୀ

187 Views

କଟକ   :   ଏଠି କାହାର ବିଜୟ କି ପରାଜୟ ହୋଇ ନଥାଏ। ଏଠି ଉଭୟ ହାର ଏବଂ ଜିତ୍‌ ପ୍ରଭୁଙ୍କର ହୋଇଥାଏ। କଟକର ଜବାହାରଲାଲ ନେହରୁ ଇନଡୋର୍ ଷ୍ଟାଡିୟମରେ କମନୱେଲଥ ଟେବୁଲ ଟେନିସ ଚାମ୍ପିଅନଶିପର ଉଦଘାଟନ ଅବସରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।

କଟକରେ  ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନଶିପ ଆୟୋଜନକୁ ପ୍ରଂଶସା କରି ରାଜ୍ୟପାଳ କହିଥିଲେ ଯେ, ଏହା ଆମପାଇଁ ଗର୍ବର ବିଷୟ ଯେ, ଆମେ ଦେଶର ସ୍ପୋର୍ଷ କ୍ୟାପିଟାଲ ହେବାକୁ ଯାଉଛେ। ଭୁବନେଶ୍ୱର ତାହା ହୋଇପାରିଛି। ଆଗାମୀ ଦିନରେ ଆମେ ବିଶ୍ୱର ବିଭିନ୍ନ ଦେଶକୁ ନିମନ୍ତ୍ରଣ କରି ଆଉ କିଛି ଖେଳ ଆୟୋଜନ କରିବୁ। ଏହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ। ଏମିତିକି ଏହି ଭୂମି ହେଉଛି ପ୍ରଭୁ ଜଗନ୍ନାଥଙ୍କ ଦେବ ଭୂମି। ଏଠାକୁ ଆସି କେତେ କାମ ସିଦ୍ଧି ହୋଇଥାଏ।

ବାହାର ଦେଶର ଲୋକେ ଆସି  ଭଗବାନଙ୍କର ଆଶୀର୍ବାଦ ନେଇଥାନ୍ତି। ଖେଳରେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ତେବେ ଏହି ଖେଳ ସହ ଓଡ଼ିଶାକୁ ନେଇ ଆଉ ଏକ ଦିବ୍ୟ ଅନୁଭୂତି ଯୋଡ଼ି ହୋଇଯାଏ , ତାହା ହେଉଛି ଆଗମରୁ ମୁଁ ବିଜୟ ପାଇଁ ଖେଳୁଥିଲି, ପୁଣି ହାରିଗଲେ ନିରାଶ ହେଉଥିଲି। କିନ୍ତୁ ଏଠି ଖେଳିବା ଦ୍ୱାରା କାହାର ବିଜୟ ହୋଇଥାଏ ନା ପରାଜୟ । ଜିତ୍‌ ଭି ପ୍ରଭୁକୀ ହେ ଔର ହାର ଭୀ ପ୍ରଭୁକୀ ହେ । ଏହାର ଅର୍ଥ ଉଭୟ ହାରଜିତ୍‌ ପ୍ରଭୁଙ୍କର ହୋଇଥାଏ।

By amfnews

Related Post