Sat. Jun 7th, 2025

ହୀରାଖଣିରୁ ଭାଗ୍ୟୋଦୟ, ଦୁଇ ଶ୍ରମିକ ହେଲେ କୋଟିପତି

By amfnews Dec 31, 2018 #Featured
844 Views

ଭୋପାଳ, ଡିସେମ୍ବର ୩୧ : ନୂଆବର୍ଷର ନୂତନ ସୂର୍ଯ୍ୟ ଉଦୟ ପାଇଁ ଆହୁରି ଦିନ ଟିଏ ବାକି ଥିବା ବେଳେ ମଧ୍ୟପ୍ରଦେଶର ଦୁଇଜଣ ଶ୍ରମିକଙ୍କ ଜୀବନଆକାଶରେ ନୂତନ ସୂର୍ଯୋଦୟ ଘଟିଛି। ଗତକାଲି ପର୍ଯ୍ୟନ୍ତ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏହି ଦୁଇଜଣ ଶ୍ରମିକ ଏବେ କୋଟିପତି ପାଲଟି ଯାଇଛନ୍ତି। ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାରେ ହୀରା ଖଣି ଅଞ୍ଚଳର କିଛି ଅଂଶ ନାମକୁ ମାତ୍ର ଟଙ୍କାରେ ଲିଜ୍‌ନେଇ ଏହାକୁ ଖୋଳୁଥିବା ବେଳେ ମାତିଲାଲ ପ୍ରଜାପତି ଓ ରଘୁବୀର ପ୍ରଜାପତି ନାମକ ଦୁଇଜଣ ଶ୍ରମିକ ପ୍ରାୟ ମାସକ ତଳେଏକ ହୀରା ଖଣ୍ଡ ପାଇଥିଲେ।। ସେହି ହୀରା ଗତକାଲି ନିଲାମ ହୋଇଛି। ୪୨.୯ କ୍ୟାରେଟ୍‌ର ଏହି ହୀରାଖଣ୍ଡଟି ୨କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି।

ପାନ୍ନା ଜିଲ୍ଲା ହୀରା ଅଧିକାରୀ ସନ୍ତୋଷ ସିଂହ କହିଛନ୍ତି ଯେ ମୋତିଲାଲ ଓ ରଘୁବୀର ମାସକ ତଳେ ଯେଉଁ ହୀରା ପାଇ ହୀରା ଅଫିିସରେ ଦାଖଲ କରିଥିଲେ ସେହି ହୀରା ଏବେ ନିଲାମ ହୋଇଛି। ଉତ୍ତରପ୍ରଦେଶ ଝାନସୀର ଜଣେ ଅଳଙ୍କାର ବ୍ୟବସାୟୀ ଓ ଜଣେ ବିଏସପି ନେତା ଏହି ୪୨.୯ କ୍ୟାରେଟ୍‌ ହୀରାକୁ କ୍ୟାରେଟ୍‌ ପ୍ରତି ୬ ଲକ୍ଷ ଟଙ୍କା ହିସବରେ ନିଲାମ ଧରିଛନ୍ତି। ବର୍ତ୍ତମାନ ସୁଦ୍ଧା ପାନ୍ନା ଜିଲ୍ଲାରେୁ ମିଳିଥିବା ଯେ କୌଣସିି ହୀରାର ଏହା କ୍ୟାରେଟ୍‌ ପ୍ରତି ସର୍ବାଧିକ ମୂଲ୍ୟ।

ନିଲାମର ନିୟମ ଅନୁଯାୟୀ, ନିଲାମଧାରୀମାନେ ୨୦ ପ୍ରତିଶତ ଟଙ୍କା ଚେକ୍‌ ଆକାରରେ ଦାଖଲ କରିଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ସେମାନେ ଅବଶିଷ୍ଟ ଟଙ୍କା ଦାଖଲ କରି ସେମାନଙ୍କ ହୀରା ନେଇଥିବେ। ତେବେ ସରକାରଙ୍କ ୧୨ ପ୍ରତିଶତ ରୟାଲିଟି ଓ ଅନାନ୍ୟ ଶୁଳ୍କ ବାବଦରେ ପ୍ରାୟ ୨୫ ଲକ୍ଷ ଟଙ୍କା କଟିଗଲା ପରେ ମୋତିଲାଲ ଓ ରଘୁବୀରଙ୍କ ଆକାଉଣ୍ଟରେ ଅବଶିଷ୍ଟ ୨କୋଟି ୩୦ ଲକ୍ଷ ଟଙ୍କା ଡିପୋଜିଟ୍‌ ହେବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

By amfnews

Related Post