Sat. Mar 7th, 2026

ହାଇକୋର୍ଟ ତାତି; ଆଜିଠୁ ୩ ଦିନିଆ ସମ୍ବଲପୁର ବନ୍ଦ ଡାକରା

189 Views

ସମ୍ବଲପୁର : ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଆଜିଠୁ ୩ ଦିନିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି। ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ କମିଟି ଆହ୍ୱାନ ଦେଇଛି।

ସବୁ ବର୍ଗର ଲୋକେ ଏହାକୁ ସମର୍ଥନ କରିବାକୁ ଅପିଲ କରାଯାଇଛି । ହାଇକୋର୍ଟ ବେଞ୍ଚ ସ୍ଥାପନ ଲାଗି ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଅନ୍ତଃ ବିଭାଗୀୟ କମିଟିକୁ କ୍ରିୟାଶୀଳ କରାଯାଇନଥିବାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଉଦ୍‌ବେଗ୍‌ ପ୍ରକାଶ କରିଛି । ସରକାର ଦାବି ପୂରଣ ପାଇଁ ଠୋସ୍ ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।

By amfnews

Related Post