Fri. Mar 6th, 2026

ହଣ୍ଡ୍‌ଓ୍ଵାରା ଏନ୍‌କାଉଣ୍ଟର୍‌: ପାଞ୍ଚ ସୁରକ୍ଷା କର୍ମଚାରୀ ସହିଦ, ଦୁଇ ଆତଙ୍କବାଦୀ ନିହତ

248 Views

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାବଗୁଣ୍ଡ୍‌ ଅନ୍ତର୍ଗତ ହଣ୍ଡଓ୍ଵାରା ଠାରେ ଆତଙ୍କବାଦୀମାନଙ୍କ ସହ ତିନି ଦିନ ଧରି ଚାଲିଥିବା ଗୁଳି ବିନମୟ କାରଣରୁ ପାଞ୍ଚଜଣ ସୁରକ୍ଷା କର୍ମଚାରୀ ସହିଦ ଓ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ସହିଦ ଯବାନଙ୍କ ମଧ୍ୟରୁ ତିନି ଜଣ ହେଉଛନ୍ତି ସିଆର୍‌ପିଏଫ୍‌ର ଏବଂ ଅନ୍ୟ ଦୁଇ ଜଣ ହେଉଛନ୍ତି ଜମ୍ମୁ ଓ କଶ୍ମୀର ପୁଲିସର କର୍ମଚାରୀ। ଆହତ ହୋଇଥିବା ତୃତୀୟ ସିଆର୍‌ପିଏଫ୍‌ ଯବାନଙ୍କର ରବିବାର ସକାଳେ ଦେହାନ୍ତ ଘଟିଛି।

ଖବର ଅନୁସାରେ, ଦୁଇ ଜଣ ଆତଙ୍କବାଦୀ ମଧ୍ୟ ଏହି ଗୁଳିବିନିମୟ ସମୟରେ ନିହତ ହୋଇଛନ୍ତି।ଆତଙ୍କବାଦୀମାନଙ୍କର ଉପସ୍ଥିତି ଥିବାର ସୂଚନା ପାଇବା ପରେ ନିରାପତ୍ତା ବଳ କର୍ଡନ୍‌ ଆଣ୍ଡ୍‌ ସର୍ଚ ଅଭିଯାନ ଆରମ୍ଭ କରିବାରୁ ଶୁକ୍ରବାର ଦିନ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।

By amfnews

Related Post