Wed. Dec 25th, 2024

ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ

By amfnews Dec 25, 2020 #Featured
204 Views

ନୂଆଦିଲ୍ଲୀ, ଡିସେମ୍ବର ୨୫ : ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଅବସରରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହି ଅବସରରେ ମୋଦୀ ଟୁଇଟ କରି କହିଛନ୍ତି, ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶତ-ଶତ ପ୍ରଣାମ । ନିଜର ଦୂରଦର୍ଶୀ ନେତୃତ୍ୱରେ ସେ ଦେଶକୁ ବକାଶର ଅଦ୍ଭୂତ ସ୍ଥାନରେ ପହଂଚାଇଛନ୍ତି । ଏକ ସଶକ୍ତ ଓ ସମୃଦ୍ଧ ଭାରତର ନିର୍ମାଣ ଲାଗି ସେ ତାଙ୍କର ପ୍ରୟାସକୁ ସ୍ମରଣ କରିଛନ୍ତି । ବାଜପେୟୀଙ୍କ ଜୟନ୍ତୀ ଅବସରରେ ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ପୁସ୍ତକ ଉନ୍ମୋଚନ କରିବେ । 

ବାଜପେୟୀଙ୍କ ଜୟନ୍ତୀ ଅବରସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ କରିଛନ୍ତି । ସେ ଲେଖିଛନ୍ତି ଯେ, ବିଚାରଧାରା-ସିଦ୍ଧାନ୍ତ ଉପରେ ଆଧାରିତ ରାଜନୀତି ଏବଂ ରାଷ୍ଟ୍ର ସମର୍ପିତ ଜୀବନରେ ଭାରତରେ ବିକାଶ, ଗରିବ କଲ୍ୟାଣ ଓ ସୁଶାସନର ଯୁଗ ଆରମ୍ଭ କରିଥିବା ଭାରତ ରତ୍ନ ଆଦରଣୀୟ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ କରୁଛି । ତାଙ୍କର ଜୀବନରୁ ଆମକୁ କର୍ତ୍ତବ୍ୟନିଷ୍ଠା ଓ ରାଷ୍ଟ୍ରସେବା ଭଳି ପ୍ରେରଣା ମିଳୁଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଦେଶର ୯ କୋଟି ଚାଷୀଙ୍କୁ ୧୮୦୦୦ କୋଟି ଟଙ୍କା ତାଙ୍କର ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରିବେ । ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟସଭାରେ ସାଂସଦ ଅରୁଣ ସିଂହ ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶର ୧୯ ହଜାରରୁ ଅଧିକ ସ୍ଥାନରେ ବିଜେପି ଏହି କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି କାର୍ଯ୍ୟକ୍ରମରେ ୧ କୋଟିରୁ ଅଧିକ କିଷାନ ପ୍ରତକ୍ଷ୍ୟ ଭାବେ ଅଂଶଗ୍ରହଣ କରିବେ । ସେହିଭଳି ୫ କୋଟି ଲୋକ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଲାଭ ଉଠାଇବେ । ଏହି କାର୍ଯ୍ୟକ୍ରମ ପଂଚାୟତ, ବିକାଶ ଖଣ୍ଡ, ସହକାରୀ ସଂସ୍ଥା ଓ ମଣ୍ଡିରେ ଅନୁଷ୍ଠିତ ହେବ ।    

By amfnews

Related Post