Sat. Mar 7th, 2026

ସ୍କର୍ପିଓରୁ ୫୧ ଲକ୍ଷ ଟଙ୍କା ଜବତ; ୨ ଅଟକ

186 Views

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ସ୍ଥିତ କଡରିମାଳିପୁଟରେ ଗତ ରବିବାର ଅପରାହ୍ଣରେ ବିଏସ୍‌ଏଫ୍‌ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଏକ ସ୍କର୍ପିଓରୁ ୫୧ ଲକ୍ଷ ୧୬ ହଜାର ୬୫୦ ଟଙ୍କା ଜବତ କରାଯାଇଛି। ଏଥିସହ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ବିଏସ୍‌ଏଫ ପକ୍ଷରୁ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା।

ଜବତ ହୋଇଥିବା ଟଙ୍କା  ଜୟପୁରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାର ଗଡ଼ରମୁଣ୍ଡା ଗାଁକୁ ଯାଉଥିଲା ବୋଲି  ଜଣାପଡ଼ିଛି।  ଜବତ ହୋଇଥିବା ଟଙ୍କା ଓ ଗାଡ଼ି ସହ ୨ ଯୁବକଙ୍କୁ ମାଛକୁଣ୍ଡ ପୁଲିସ୍‌କୁ ହସ୍ତାନ୍ତର କରିଛି ବିଏସ୍‌ଏଫ୍‌।

By amfnews

Related Post