Sat. Mar 7th, 2026

ସେଲଫି ନେବା ସହ ଭିଡିଓ କଲିଂ ହେଲା କାଳ, ଜଳକୁଣ୍ଡରେ ବୁଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

183 Views

ଦେବଗଡ଼ : ସେଲଫି ନେବା ବେଳେ ଝରଣାର ଜଳକୁଣ୍ଡରେ ବୁଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ଜଳକୁଣ୍ଡରେ।
ମିଳିଥିବା ସୂଚନା ଅନୁଯାୟୀ ଏଲ୍ଲାହାବାଦରେ ଡାକ୍ତରୀ ପାଠ ପଢୁଥିବା ବ୍ୟବସାୟୀ ସ୍ୱର୍ଗତ କ୍ରିଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ(୨୩)ଗତକାଲି ସକାଳେ ପ୍ରାତଃ ଭ୍ରମଣ ନିମନ୍ତେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡ ପାହାଡ଼ ଉପରେ ଥିବା ଜଳକୁଣ୍ଡ(୧ ନମ୍ବର)କୁ ଯାଇଥିଲେ। ସେଠାରେ ଉକ୍ତ ଜଳକୁଣ୍ଡ କଡ଼ରେ ଠିଆହୋଇ ସେଲଫି ନେବା ସହ ତାଙ୍କର ଜଣେ ବନ୍ଧୁଙ୍କ ସହ ଭିଡିଓ କଲିଂ କରି ଏହି ଦୃଶ୍ୟ ଦେଖାଉଥିବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ସେ ଜଳ କୁଣ୍ଡରେ ପଡ଼ିଯିବା ସହ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିଲା।

ତାଙ୍କ ପରିବାର ଲୋକେ ଗତକାଲି ସକାଳୁ ଶୁଭମଙ୍କୁ ବହୁ ଖୋଜାଖୋଜି କରି ନ ପାଇବାରୁ ବିବ୍ରତ ହୋଇପଡ଼ିଥିଲେ। ତେବେ ଆଜି ପ୍ରଧାନପାଟ ଜଳ ପ୍ରପାତର ଉପର ମୁଣ୍ଡରେ ଥିବା ପ୍ରଥମ ଜଳକୁଣ୍ଡର ଶୁଭମଙ୍କର ମୃତଦେହ ଜଳକୁଣ୍ଡର ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଦେବଗଡ଼ ଥାନା ପୁଲିସ ସୂଚନା ପାଇ ଦମକଳ ବାହିନୀ ସହାୟତାରେ ଜଳକୁଣ୍ଡରୁ ଶୁଭମଙ୍କ ମୃତଦେହ ଉଦ୍ଧାର କରିଥିଲେ । ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

By amfnews

Related Post