Sun. Mar 8th, 2026

ସେମି ଫାଇନାଲରେ ମ୍ୟାଚ ନଜିତି ଫାଇନାଲରେ ଏମିତି ଭାରତ ପ୍ରବେଶ କରିବ

171 Views

ଭୁବନେଶ୍ୱର : ଚଳିତ ବିଶ୍ୱକପରେ ଲିଗ୍ ମ୍ୟାଚରେ ଭାରତ ୮ଟିରୁ ୭ଟି ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ଏବେ ସେମିଫାଇନାଲ ନଖେଳିଲେ ମଧ୍ୟ ଭାରତ ଫାଇନାଲରେ ପ୍ରବେଶ କରିବ ବୋଲି ଆକଳନ ହେଉଛି। ପଏଣ୍ଟ ଟେବୁଲ ତାଲିକାରେ ଭାରତ ଏବେ ଏକ ନମ୍ୱରରେ ରହିଥିବା ବେଳେ ଆଜି ଭେଟିବାକୁ ଯାଉଥିବା ଦଳ ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ରହିଛି।

କଣ ରହିଛି ଗଣିତ?

ମ୍ୟାଞ୍ଚେଷ୍ଟରରେ ଆଜି ଖେଳାଯିବାକୁ ଥିବା ମ୍ୟାଚକୁ ନେଇ ଭାରତ୍ରୀୟ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଯାଇଛି। ତେବେ ମ୍ୟାଞ୍ଚେଷ୍ଟରର ପାଣିପାଗ ରିପୋର୍ଟ ଅନୁଯାୟୀ ଆଜି ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଆସନ୍ତାକାଲି ମଧ୍ୟ ଉଭୟ ଦଳ ପାଇଁ ରିଜର୍ଭ ରହିଛି।

ତେବେ ବୁଧବାର ମଧ୍ୟ ଏଠାରେ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ବୁଧବାର ମଧ୍ୟ ମ୍ୟାଚ ହୋଇପାରିବନି ତାହେଲେ ଭାରତ ସିଧା ଫାଇନାଲରେ ପ୍ରବେଶ କରିବ। କାରଣ ବିଶ୍ୱକପ ପଏଣ୍ଟ ଟେବୁଲ ତାଲିକାରେ ଭାରତ ଏକ ନମ୍ୱରରେ ରହିଛି। ନ୍ୟୁଜିଲ୍ୟାଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ଏଥିସହ ରନ୍ ରେଟରେ ମଧ୍ୟ ଭାରତ ବହୁ ଆଗରେ ରହିଛି ନ୍ୟୁଜିଲ୍ୟାଣ୍ଡ ପାଖରୁ।

ପଏଣ୍ଟ ଟେବୁଲରେ ଭାରତ ୧୫ ଅଙ୍କ ସହ ଏକ ନମ୍ୱର ଏବଂ ରନ୍ ରେଟ୍ .୮୦୯ ରହିଛି। ସେହିପରି କିଓ୍ୱି ଟିମ୍ ୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଏବଂ .୧୭୫ ରହିଛି।

ଆଇସିସିର ନିୟମ ଅନୁଯାୟୀ ବର୍ଷା ପାଇଁ ବାତିଲ୍ ହେଉଥିବା ମ୍ୟାଚରେ ଅଧିକ ରନ୍ ରେଟ୍ ଏବଂ ପଏଣ୍ଟ ଟେବୁଲରେ ଅଧିକ ନମ୍ବର ରଖିଥିବା ଦଳକୁ ଅଧିକ ଫାଇଦା ମିଳିବାର ସୁଯୋଗ ରହିଛି।

By amfnews

Related Post