Thu. Dec 26th, 2024

ସେବାସ୍ତମ୍ଭ ଆନୁକୂଲ୍ୟରେ ରକ୍ଷା ବନ୍ଧନ

By amfnews Aug 27, 2018 #Featured
174 Views

ରାଉରକେଲା, ୨୭ା୮ (): ରାଷ୍ଟ୍ରୀୟ ସଙ୍ଗଠନ ସେବାସ୍ତମ୍ଭ ରାଉରକେଲା ଶାଖା ଆନୁକୂଲ୍ୟରେ ରକ୍ଷା ବନ୍ଧନ ଉତ୍ସବ ସଙ୍ଗଠନ ସଭାପତି ଦୁର୍ଗା ଚରଣ ତନ୍ତୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏସ୍ଟିଆଇ ସ୍ଥିତ ୧୯ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ଲାଇନ୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ସଂସ୍କୃତିର ମହାନ ପରମ୍ପରା, ଭାଇଭଉଣୀର ପବିତ୍ର ବନ୍ଧକୁ ମନେ ପକାଇବା ପାଇଁ ଅନୁଷ୍ଠିତ ଉତ୍ସବ ରକ୍ଷା ବନ୍ଧନକୁ ରାଉରକେଲାରେ ଅବସ୍ଥିତ ୧୯ ବାଟାଲିୟନର ଯବାନମାନଙ୍କ ସହିତ ପାଳନ କରାଯାଇଥିଲା ।

ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଠିକ୍ ସେହିପରି ଆମର, ଆମ ଦେଶର ପ୍ରତ୍ୟେକ ନାଗରିକମାନଙ୍କ ସୁରକ୍ଷା ସହିତ ଦେଶ ମାତୃକାର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ମହାନ ସପୁତ ଯବାନମାନଙ୍କୁ ସନ୍ଦୁର, ଚନ୍ଦନ, ଫୁଲ, ପୁଷ୍ପ ଦ୍ୱାରା ବନ୍ଦାପନା କରି ରାକ୍ଷୀ ବନ୍ଧା ଯାଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଆର୍ପିଏଫ୍ କ୍ୟାମ୍ପ ଅଧିକାରୀ ଶିବ ପ୍ରସାଦ ଉପାଧ୍ୟାୟ, ତାରାଚାନ୍ଦ ଭଟ୍ଟ, କର୍ଣ୍ଣେଲ ସିଂ, ସଞ୍ଜୀବ କୁମାର ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ଦେଇଥିଲେ ।

ଭାରତ ବର୍ଷର ବିଭିନ୍ନ ଅନୁକୋଣରୁ ଆସି ଏଠାରେ ନିଜର କର୍ତ୍ତବ୍ୟ କରୁଥିବା ସମୟରେ ଏହି ଅନୁଷ୍ଠାନର ସ୍ନେହଭରା ରକ୍ଷା ବନ୍ଧନ ଉତ୍ସବ ଯେପରି ନିଜର ପରିବାର ମଧ୍ୟରେ ଅନୁଷ୍ଠିତ ଉତ୍ସବ ଭଳି ଲାଗୁଛି ଏବଂ ଚଳିତ ବର୍ଷ ପରି ପ୍ରତିବର୍ଷ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ଅବସରରେ ସୁଚିତ୍ରା ତନ୍ତୀ, ସୁଶ୍ରୀ ଦିବ୍ୟଜ୍ୟୋତି, ସୁଶ୍ରୀ ସମୀକ୍ଷା ପାତ୍ର, ସୁଶ୍ରୀ କାଞ୍ଚନ କୁମ୍ଭାର ଦେଶଭକ୍ତି ଗୀତ ଗାନ କରିଥିଲେ । ଟିକେଶ୍ୱର ତାଣ୍ଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଙ୍ଗଠନ ଉପସଭାପତି ଗୁରୁ ଚରଣ ଧିର ଧନ୍ୟବାଦ ଦେଇଥିଲେ ।

ବନିତା ତାଣ୍ଡିଆ, ସୁନୀତା ପାତ୍ର, ସବିତା ତନ୍ତୀ, ସୀମା ମୁଗୁରି, ସ୍ୱାତୀ ଧିର, ମହିମା ମହାନନ୍ଦ, ଡଲି ବାଗ, ସୁଷମା ମହାନନ୍ଦ, ପ୍ରିୟଙ୍କା ପ୍ରସାଦ, ସରିତା ଘୋଷ, ପ୍ରୀତି ଜୟପୁରିଆ, ଦିଶା ତନ୍ତୀ, ବୈଷ୍ଣବୀ ଆଦି ଯବାନମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । ହୃଦାନନ୍ଦ ବୁଢା, ସୋମ ସୁନା, ବଳ ମହାନନ୍ଦ, ସଂକୀର୍ତ୍ତନ ଜୟପୁରିଆ, ଗାତୁ ବାଗ, କୈଳାସ ତନ୍ତୀ, ପ୍ରଶାନ୍ତ ଦାସ, ପ୍ରିତମ ଜୟପୁରିଆ, ଅଜୟ ପାତ୍ର, ମିଳନ ଧିର, ବିକାଶ ମୁରାରୀ, ନବୀନ ଛତରିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

By amfnews

Related Post