Sun. Jun 15th, 2025

ସେବାଶ୍ରମର ୧୩ ବର୍ଷୀୟ ଛାତ୍ରୀ ୩ ମାସର ଅନ୍ତଃସତ୍ତ୍ୱା

By amfnews Dec 5, 2019 #Featured
138 Views

ଜୟପୁର: ଫାମ୍ପୁଣୀସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରୀ ଅନ୍ତଃସତ୍ତ୍ୱା ହୋଇଥିବା କଥା ବୁଧବାର ସନ୍ଧ୍ୟାରେ ଜଣାପଡ଼ିଛି। ୧୩ ବର୍ଷର ଏହି ନାବାଳିକା ଜଣକ ଆଦିବାସୀ ସମ୍ପ୍ରଦାୟର। ସେବାଶ୍ରମରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ରୀଜଣକ ଗତ ତିନି ମାସ ହେବ ଆବଶ୍ୟକ ବ୍ୟକ୍ତିଗତ ଜିନିଷ ନେଉ ନ ଥିବା କଥା ରେଜିଷ୍ଟର୍‌ରୁ ସେବାଶ୍ରମ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ତେଣୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ପଜିଟିଭ୍‌ ବାହାରିବା ପରେ ସେ ତିନି ମାସର ଅନ୍ତଃସତ୍ତ୍ୱା ଥିବା କଥା ଜଣାପଡ଼ିଥିଲା।

ଏ ସଂକ୍ରାନ୍ତରେ ପ୍ରଧାନ ଶିକ୍ଷୟିତ୍ରୀ ପଚରାଉଚୁରା କରିଥିଲେ ମଧ୍ୟ ଛାତ୍ରୀଜଣକ ନିରୁତ୍ତର ରହିଛନ୍ତି। ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସେବାଶ୍ରମ ପକ୍ଷରୁ କୁହାଯାଇଛି। ପୂର୍ବରୁ ଉମୁରି ଠାରେ ଥିବା ସେବାଶ୍ରମରେ ମଧ୍ୟ ଏ ଭଳି ଘଟଣା ଘଟିଛି। ସେଠାରେ ମଧ୍ୟ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନ୍ତଃସତ୍ତ୍ୱା ହୋଇ ନଅ ମାସ ପରେ ସନ୍ତାନ ଜନ୍ମ କରିବା ପରେ କର୍ତ୍ତୃପକ୍ଷମାନେ ଜାଣିଥିଲେ।

By amfnews

Related Post