Thu. Apr 3rd, 2025

ସୁରାଟରେ ନରେନ୍ଦ୍ର ମୋଦି, ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଥିବା ସୁନା ରାଖି ଡିମାଣ୍ଡ

By amfnews Aug 25, 2018 #Featured
390 Views

ସୁରଟ: ଆଉ ଦିନଟେ ପରେ ରାଖି ପୂର୍ଣ୍ଣିମା। ରାଖି  ରେଶମ ସୁତାରୁ ଆରମ୍ଭ ହୋଇଏବେ ସୁନାର ବ୍ରେସଲେଟ୍‌ରେ ପହଞ୍ଚିିଲାଣି। ତେବେ ଗୁଜରାଟର ସୁରାଟ ସହରରେ ଏବେ ତିନି ପ୍ରକାର ରାଖିର ଭାରି ଡିମାଣ୍ଡ। ସୁରାଟର ଜୁଏଲାରି ଦୋକାନରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ସୁନା ରାଖିର ଡିମାଣ୍ଡ ଏବେ କାହିଁରେ କେତେ। ୨୨ କ୍ୟାରେଟ୍‌ ସୁନାରେ ନିର୍ମିତ ଏହି ରାଖିର ଚାହିଦା ଚଳିତ ବର୍ଷ ଖୁବ୍‌ ବଢ଼ିଛି ବୋଲି ଜଣେ ଅଲଙ୍କାର ଦୋକାନୀ କହିଛନ୍ତି। ୫୦ ହଜାରରୁ ୭୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଇ ଭଉଣୀ ମାନେ ସେମାନଙ୍କ ଭାଇ ପାଇଁ ଏହି ସୁନା ରାଖି କିଣୁଛନ୍ତି। ପ୍ରତିଦିନ ଏହାର ଡିମାଣ୍ଡ ବଢ଼ିବାରେ ଲାଗିଛି।

ହୀରା ନଗରୀ ସୁରାଟର ଏକେ ଅଳଙ୍କାର ଦୋକାନରେ ବିକ୍ରି ହେଉଛି ୨୨ କ୍ୟାରେଟ୍‌ ସୁନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ଫଟୋ ଥିବା ସୁନା ରାଖି। ଆଉ ଏହି ରାଖିଗୁଡ଼ିକ ହଟ୍‌ କେକ୍‌ ପରି ବିକ୍ରି ହେଉଛି। ଅଳଙ୍କାର ବ୍ୟବସାୟୀ କହିଛନ୍ତି ଯେ ସେ ଏଥର ରାଖି ପୂର୍ଣ୍ଣିମା ଅବସରରେ ବିକ୍ରି କରିବା ପାଇଁ ୫୦ଟି ସୁନା ରାଖିର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ। ଏହି ରାଖିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ଫଟୋ ରଖି ସେ ୨୨ କ୍ୟାରେଟ୍‌ ସୁନାରେ ୫୦ଟି ରାଖି  କରିଥିଲେ। ସେଥି ମଧ୍ୟରୁ ୪୭ଟି ରାଖି ବିକ୍ରି ହୋଇ ସାରିଲାଣି। ଆଉ ଏବେ ବି ପ୍ରତିଦିନ ନରେନ୍ଦ୍ର ମୋଦି, ଯୋଗୀ ଆଦିତ୍ୟନାଥ, ବିଜୟ ରୁପାଣିଙ୍କ ଫଟୋ ଥିବା ରାଖି ତିଆରି ପାଇଁ ଅର୍ଡର ଆସିବାରେ ଲାଗିଛି। ଏହି ରାଖିର ଦାମ ୫୦ ହଜାର ଟଙ୍କା ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ ରହୁଛି ବୋଲି ବ୍ୟବସୟୀ ଜଣକ କହିଛନ୍ତି।

By amfnews

Related Post