Wed. Dec 25th, 2024

ସୁପ୍ରିମ୍‌କୋର୍ଟରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ମାମଲାର ଶୁଣାଣି, ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

By amfnews Oct 1, 2019 #Featured
170 Views

ନୂଆଦିଳ୍ଲୀ  : ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର ସାମ୍ବିଧାନିକ ଖଣ୍ଡପୀଠରେ କଶ୍ମୀରରୁ ଧାରା ୩୭୦ର  ଉଚ୍ଛେଦ ସଂପର୍କରେ ଜବାବ ରଖବାକୁ କେନ୍ଦ୍ର ସରକାରଙ୍କୁ ୨୮ ଦିନ ସମୟ ଦିଆଯାଇଛି। ସୁପ୍ରିମ୍‌କୋର୍ଟ  ଧାରା ୩୭୦ ସଂପର୍କିତ ସମସ୍ତ ଅଭିଯୋଗର ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ  ୨୮ ଦିନ ସମୟ ଦେଇଥିବା ବେଳେ  ଏହା ଉପରେ  ଜବାବ ରଖିବା ପାଇଁ  ଆବେଦନକାରୀଙ୍କୁ ୧ ସପ୍ତାହ ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ ତାରିଖରେ ହେବା ଲାଗି ସ୍ଥିର ହୋଇଛି। ଏହି ଶୁଣାଣି ସମୟରେ ଆବେଦନକାରୀଙ୍କ ଅଭିଯୋଗର ଜବାବ ଲାଗି  ଆଟର୍ଣ୍ଣି ଜେନେରାଲ୍‌ କେ କେ ଭାନୁଗୋପାଲ ୪ ସପ୍ତାହ ସମୟ ଆବଶ୍ୟକ ବୋଲି ମତ ରଖିବା ପରେ ଜମ୍ମୁ-କଶ୍ମୀର ସରକାରଙ୍କ ସୋଲିସିଟର ଜେନେରାଲ୍ ମଧ୍ୟ ଏ ମାମଲାରେ ସତ୍ୟପାଠ ଦାଖଲ ଲାଗି ସମପରିମାଣର ସମୟ ଚାହିଁଥିଲେ।

ANI

@ANI

Petitions in SC challenging abrogation of Article 370 in J&K: Attorney General (AG) K K Venugopal sought time to file his reply to the batch of petitions challenging the abrogation of Article 370.

View image on Twitter

ANI

@ANI

Supreme Court granted Centre four weeks time to file its reply on the various petitions challenging abrogation of Article 370 in Jammu and Kashmir and fixed the matter for further hearing on November 14.

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ ତାରିଖରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପରେ ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଅନେକ ମାମଲା ଦାୟର ହୋଇଛି।

By amfnews

Related Post