Sun. Jun 8th, 2025

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ

By amfnews Apr 5, 2019 #Featured
361 Views

ନୂଆଦିଲ୍ଲୀ: ସର୍ବ ଭାରତୀୟ ସ୍ତରରେ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେସନ୍‌ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ହୋଇଥିବା ୨୦୧୯ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଆଜି ସିବିଏସ୍‌ଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।

ସିବିଏସ୍‌ଇ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୧୮- ୧୯ ଶିକ୍ଷାବର୍ଷ ପାଇଁ ଉଭୟ ରେଗୁଲାର ଓ ଘରୋଇ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ। ସିବିଏସ୍‌ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଏହି ପରୀକ୍ଷା ଚଳିତ ବର୍ଷ ଫେବ୍ରୁଆରି ୧୫ରୁ ଆରମ୍ଭ ହୋଇ ଅପ୍ରେଲ ୩ରେ ଶେଷ ହୋଇଥିଲା।

ଆସନ୍ତା ମେ ମାସ ତୃତୀୟ ସପ୍ତାହରେ ଏହି ପରୀକ୍ଷାର ଫଳ ପ୍ରକାଶ ପାଇବା ସହ ପରୀକ୍ଷା ଫଳ ସିବିଏସ୍‌ଇର େଓ୍ଵବ୍‌ସାଇଟ୍‌ (cbseresults.nic.in)ରେ ଉପଲବ୍ଧ ହେବବୋଲି ମଧ୍ୟ ଜାରି ବିଜ୍ଞପ୍ତରେ କହିଛି ସିବିଏସ୍‌ଇ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଗତବର୍ଷ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମେ ୨୬ ତାରିଖରେ ପ୍ରକାଶ ପାଇଥିଲା।

By amfnews

Related Post