Fri. Dec 27th, 2024

ସିପିସି-୨୦୧୭-୧୮ର ଫଳାଫଳ ଘୋଷଣା

rklsanchar@gmail.com' By J.N. Pradhan Aug 7, 2018 #Featured
136 Views

ରାଉରକେଲା, ୭ା୮: ଉଦିତନଗର ସ୍ଥିତ ଆଇଟିଡିଏ ହଲ୍ ଠାରେ କେନ୍ଦ୍ରୀୟ ପୂଜା କମିଟି-୨୦୧୭-୧୮ର ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ଫଳାଫଳ ଘୋଷଣା କରାଯାଇଛି । କେନ୍ଦ୍ରୀୟ ପୂଜା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଚୌଧୁରୀ ବିଜୟ ପଟ୍ଟନାୟକ ପରିଚାଳନା କରିଥିଲେ । ପାନପୋଷ ସହକାରୀ ଉପଜିଲାପାଳ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ତହସିଲଦାର ଅଭିଜତ ମହାନ୍ତଙ୍କ ଉପସ୍ଥିତିରେ ସମସ୍ତ ପୂଜାର ଫଳାଫଳ ଘୋଷଣା କରାଯାଇଥିଲା ।

ଏହି ଫଳାଫଳ ଘୋଷଣା ବେଳେ କେନ୍ଦ୍ରୀୟ ପୂଜା କମିଟି ଉପସଭାପତି ରାଜୀବ ପ୍ରତିହାରୀ, କୋଷାଧ୍ୟକ୍ଷ ରମେଶ ପାତ୍ର, ରାମ ଚନ୍ଦ୍ର ଗୌଡ, ଅନୀଲ ମଲ୍ଲିକ, ମନୋଜ ଘଡେଇ, ଶଙ୍କର ଜେନା, ଶ୍ରୀଚରଣ ସାମଲ, ଯଶବିନ୍ଦର ସିଂ ଗୋଲଡି, ମନୋଜ ବେହେରା, ବିଭୂ ନାୟକ, ସରୋଜ ପ୍ରଧାନ, ବିକାଶ ଚୌଧୁରୀ, ସୀତାକାନ୍ତ ରଥ, ସୁବାଷ ପଣ୍ଡା, କାର୍ତ୍ତିକ ଖଣ୍ଡୁଆଳ, ବିରେନ୍ଦ୍ର ସ୍ୱାଇଁ, କମଳାକାନ୍ତ ବାରିକ, ନିହାର ସାମଲ, ପ୍ରଦୀପ ମହାପାତ୍ରଙ୍କ ସମେତ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଇସ୍ପାତ ସହରାଞ୍ଚଳ ଦୁର୍ଗାପୂଜା (କ୍ଲାସିକାଲ) ପାଇଁ ସେକ୍ଟର-୨ ଓ ୪ ମିଳିତ ଭାବେ ପ୍ରଥମ, ଜଗଦା ୨ୟ, ସେକ୍ଟର-୧ (ପୁରୁଣା) ୩ୟ, ସିଭିଲ ଟାଉନସିପର (କ୍ଲାସିକାଲ) ପାଇଁ ଡେଲି ମାର୍କେଟ ପ୍ରଥମ, ବାସନ୍ତୀ କଲୋନୀ ବିଏଲ୍ ବ୍ଲକ୍ ୨ୟ, ୭-୮ ଏରିଆ ତାରିଣୀ ମନ୍ଦିର ୩ୟ, ସାରନଗରୀର (କ୍ଲାସିକାଲ) ପାଇଁ କରକେରା କଲୋନୀ ପ୍ରଥମ, ବାଲିଯୋଡି ୨ୟ, ଆଇଡିଏଲ୍ କମ୍ୟୁନିଟି ସେଣ୍ଟର ୩ୟ, ଇସ୍ପାତ ସହରାଞ୍ଚଳ (ଓରିଏଣ୍ଟାଲ) ପାଇଁ ଟେଲିଫୋନ ଭବନ ପ୍ରଥମ, ସେକ୍ଟର-୭ ଦ୍ୱିତୀୟ, ସେକ୍ଟର-୩ ଓ ୨୦ ଡି ବ୍ଲକ୍ ମିଳିତ ଭାବେ ୩ୟ ସ୍ଥାନ ହାସଲ କରିଛି । ସିଭିଲ ଟାଉନସିପ (ଓରିଏଣ୍ଟାଲ) ପାଇଁ ଟ୍ରାଫିକ୍ ଗେଟ୍ ପ୍ରଥମ, ଉଦିତନଗର ୨ୟ, ବିର୍ସାଡହର ରୋଡ ୩ୟ ସ୍ଥାନ ହାସଲ କରିଛି ।

ସାରନଗରୀ (ଓରିଏଣ୍ଟାଲ) ପାଇଁ କମ୍ୟୁନିଟି ସେଣ୍ଟର ସାରନଗରୀ ପ୍ରଥମ, କ୍ରିଏଟିଭ୍ କ୍ଲବ୍ ୨ୟ, ଜଲଦା ଏ ବ୍ଲକ୍ ମିଳିତ ଭାବେ ୩ୟ ସ୍ଥାନ ହାସଲ କରିଛି । ଇସ୍ପାତ ସହରାଞ୍ଚଳର ଲକ୍ଷ୍ମୀ ପୂଜା ପାଇଁ ସେକ୍ଟର-୨ ଏନଏସି ମାର୍କେଟ ଓ କୋଏଲନଗର ଏନଏସି ମାର୍କେଟ ୨ୟ, ସେକ୍ଟର-୧୪ ଗୁମୁଟି ମାର୍କେଟ ଓ ସେକ୍ଟର-୮ ୩ୟ, ସିଭିଲ ଟାଉନସିପର ଲକ୍ଷ୍ମୀପୂଜା ପାଇଁ ଜନତା ବିପଣୀ ମାର୍କେଟ ପ୍ରଥମ, ଡିଜେଲ କଲୋନୀ ବନ୍ଧମୁଣ୍ଡା, ଗୋପବନ୍ଧୁ କଲୋନୀ କଲୁଙ୍ଗା ୩ୟ, ସାରନଗରୀ ଲକ୍ଷ୍ମୀପୂଜା ପାଇଁ ନବକୃଷ୍ଣନଗର ପ୍ରଥମ, ଭଞ୍ଜ କଲୋନୀ ୨ୟ, ମା’ ତାରିଣୀ ପୂଜା କମିଟି ଜଲଦା, ତାରାପୁର ଲକ୍ଷ୍ମୀ ମାର୍କେଟ ୩ୟ ସ୍ଥାନ ହାସଲ କରିଛି ।

ଇସ୍ପାତ ସହରାଞ୍ଚଳର କାଳୀପୂଜା ପାଇଁ ସେକ୍ଟର-୨ ଚିପ୍ ଟାଇପ୍ ମାର୍କେଟ ପ୍ରଥମ, ଇସ୍ପାତ ମାର୍କେଟ ୨ୟ, ସେକ୍ଟର-୧ ଏଚ୍ ବ୍ଲକ୍ ୩ୟ, ସିଭିଲ ଟାଉନସିପର କାଳୀପୂଜା ପାଇଁ ବନ୍ଧମୁଣ୍ଡା ୯ ଷ୍ଟାର୍ କ୍ଲବ, ସେକ୍ଟର-ବି ପ୍ରଥମ, ଡେଲି ମାର୍କେଟ ୨ୟ, ବିରଜାପାଲି ୩ୟ, ସାରନଗରୀ କାଳୀପୂଜା ପାଇଁ ଗଞ୍ଜୁ ମାର୍କେଟ ପ୍ରଥମ, ଉପରବାଲିଯୋଡି ୨ୟ, ପୁରୁଣା ଜଲଦାର ପାତ୍ରଟୋଲି ୩ୟ ସ୍ଥାନ ହାସଲ କରିଛି ।

Related Post