Sun. Nov 24th, 2024

ସିଡନୀ ଟେଷ୍ଟରେ ମୟଙ୍କଙ୍କ ପରେ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ, ଭାରତ-୧୮୬/୩

By amfnews Jan 3, 2019 #Featured
123 Views

ସିଡନୀ, ଜାନୁୟାରୀ ୦୩  : ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଆଜିଠାରୁ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟ ମୟଙ୍କ ଅଗ୍ରଓ୍ଵାଲଙ୍କ ଅର୍ଦ୍ଧଶତକ ପରେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଫର୍ମ ବଜାୟ ରଖି ନିଜସ୍ୱ ଷ୍ଟାଇଲରେ ପୁଣି ଥରେ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଭାରତ ଟସ୍‌ ଜିଣି ପ୍ରଥମେ ବାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୟଙ୍ଗ ଅଗ୍ରଓ୍ଵାଲ ଲୋକେଶ ରାହୁଲଙ୍କ ସହିତ ଭାରତୀୟ ପାଳି ଓପନ କରିଥିଲେ ମଧ୍ୟ ପୁଣି ଥରେ ଲୋକେଶ ରାହୁଲ ଶସ୍ତାରେ ଆଉଟ୍‌ ହୋଇ ଯାଇଥିଲେ।

ପ୍ରାରମ୍ଭିକ ଝଟକା ପରେ ଭାରତୀୟ ଦଳର ସ୍ଥିତି ସମ୍ଭାଳିଥଲେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ମୟଙ୍କ ଅଗ୍ରଓ୍ଵାଲ ଓ ଚେତେଶ୍ୱର ପୂଜାରା। ଉଭୟ ଦ୍ୱିତୀୟ ଓ୍ଵିକେଟ ଯୋଡ଼ିରେ ଶତକୀୟ ଭାଗିଦାରୀ କରିଥିଲେ।। ପୂଜାରା ଓ ମୟଙ୍କ ଯୋଡ଼ି ଦୃଢ଼ ବ୍ୟାଟିଂ କରି ୧୧୬ ରନ୍‌ର ପାର୍ଟନରସିପ୍‌ କରିଥିଲେ। ମୟଙ୍କ ଅଗ୍ରଓ୍ଵାଲ ୭୭ରନ୍‌ କରି ଆଉଟ୍‌ ହେବା ପରେ ଚେତେଶ୍ୱର ପୂଜାରା ଅଧିନାୟକ୍‌ ବିରାଟ କୋହଲିଙ୍କ ସହିତ ମିଶି ଭାରତୟ ସ୍କୋରକୁ ଆଗକୁ ବଢ଼ାଇଥିଲେ।

ପ୍ରଥମ ଦିନ ଖେଳର ଚାପାନ ବିରତି ସୁଦ୍ଧା ଭାରତ ଦୁଇ ଓ୍ଵିକେଟ ହରାଇ ୧୭୭ ରନ୍‌ ସଂଗ୍ରହ କରିଥିବା ବେଳେ ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ(୭୦ ରନ, ୮ ଚୌକା) ଅଧିନାୟକ କୋହଲି ୨୩ ରନ(୪ ଚୌକା) ରନ୍‌ କରି ବ୍ୟାଟିଂ କରୁଥିଲେ। ଚାପାନ ବିରତି ପରେ ନିଜର ସ୍କୋର ୨୩ରେ ଆଉ କୌଣସି ରନ୍‌ ଯୋଡ଼ିବା ପୂବ;ରୁ କୋହଲି ହାଜଲୁଡଙ୍କ ବଲରେ ଅଧିନାୟକ ପାଇନେଙ୍କୁ କୃାଚ୍‌ ଦେଇ ପାଭିଲ୍ରନ ଫେରିଛନ୍ତି। ବର୍ତ୍ତମାନ ପୂଜାର ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ସାଥି କରି ଭାରତୀୟ ପାଳି ସମ୍ଭଳିଛନ୍ତି।

By amfnews

Related Post