Sat. Mar 7th, 2026

ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

131 Views

ପାଟନା : ବିହାରର ମଧୁବନୀ ଜିଲ୍ଲାରେ ଆଜି ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଜାତୀୟ ଦୈନିକ ହିନ୍ଦୀ ଖବରକାଗଜ ‘ଦୈନିଜ ଜାଗରଣ’ ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କ ନାମ ପ୍ରଦୀପ ମଣ୍ଡଳ। ମଧୁବନୀ ଜିଲ୍ଲା ସ୍ଥିତ ପଣ୍ଡୌଲ ଥାନା ଅଧୀନସ୍ଥ ସ‌ର୍ସୋପାହି ବଜାରରେ ସାମ୍ବାଦିକ ପ୍ରଦୀପ (୩୬)ଙ୍କୁ ଆଜି ୨ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ଗୁଳି କରି ହତ୍ୟା କରିଛନ୍ତି ‌ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

By amfnews

Related Post