Wed. Jan 22nd, 2025

ସାଉଥମ୍ପଟନ ଟେଷ୍ଟ: ପ୍ରଥମ ଦିନରେ ଇଂଲଣ୍ଡ ୨୪୬ରେ ଅଲଆଉଟ

By amfnews Aug 31, 2018 #Featured
354 Views

ସାଉଥମ୍ପଟନ, ଅଗଷ୍ଟ ୩୧ : ଟିମ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୪ର୍ଥ ମୁକାବିଲା ସାଉଥମ୍ପଟନସ୍ଥିତ ରୋଜ ବାଉଲ ଷ୍ଟାଡିମୟରେ ଜାରି ରହିଛି । ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନରେ ଅଲଆଉଟ ହେବା ପରେ ଭାରତ ତା’ର ପ୍ରଥମ ଇଂନିସ ଆରମ୍ଭ କରିଛି । ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ ଭାରତ କୌଣସି ୱିକେଟ ନହରାଇ ୧୯ ରନ ସଂଗ୍ରହ କରିଛି । ଶିଖର ଧାୱନ(୩ରନ) ଓ କେଏଲ ରାହୁଲ(୧୧ ରନ) ଯୋଡ଼ିଛନ୍ତି ।

ଇଂଲଣ୍ଡ ବରୋଧରେ ଚତୁର୍ଥ ଟେଷ୍ଟରେ ଭାରତୀୟ ବୋଲରମାନେ ପ୍ରଶଂସନୀୟ ବୋଲିଂ କରିଛନ୍ତି । ଇଂଲଣ୍ଡ ପାଇଁ ସର୍ବଧିକ ୭୮ ରନ ସାମ କୁରେନ ଯୋଡ଼ିଥିଲେ । ତାଙ୍କ ବ୍ୟତୀତ ମୋଇନ ଅଲିଙ୍କ ବ୍ୟକ୍ତିଗତ ସ୍କୋର ୪୦ ରନ ଥିଲା । କୁରେନ ୧୩୬ଟି ବଲ ଖେଳି ୮ଟି ଚୌକା ଓ ଗୋଟିଏ ଛକା ବଳରେ ୭୮ ରନ ସଂଗ୍ରହ କରିଥିଲେ । ସେହିପରି ମୋଇନ ୮୫ ବଲ ଖେଳି ୨ଟି ଚୌକା ଓ ୨ ଛକା ମାରିଥିଲେ ।

ନବମ ୱିକେଟରେ ଷ୍ଟୁଆର୍ଟ ବ୍ରୋଡ ଓ ସାମ କୁରେନ ୬୩ ରନ ଯୋଡ଼ିଥିଲେ । ଇଂଲଣ୍ଡ ସ୍କୋର ଏକଦା ୬ ୱିକେଟରେ ୮୬ ରନ ଥିଲା । ଅନ୍ତିମ ୪ ୱିକେଟରେ ୧୬୦ ରନ ଯୋଡ଼ି ହୋଇଯାଇଥିଲା । ଭାରତ ପାଇଁ ଜସପ୍ରୀତ ବୁମରା ୩ଟି ୱିକେଟ ନେଇଥିଲେ । ସେହିପରି ଈଶାନ୍ତ ଶର୍ମା, ମହମ୍ମଦ ସାମି, ରବିଚନ୍ଦ୍ରନ ଅଶ୍ୱିନ ୨-୨ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାକୁ ଗୋଟିଏ ୱିକେଟ ମିଳିଥିଲା ।

ଇଂଲଣ୍ଡ ଆରମ୍ଭରୁ ବିପର୍ଯ୍ୟୟର ଶିକାର ହୋଇଥିଲା । କେଟନ ଜେନିଙ୍ଗସଙ୍କୁ ବୁମରା ଏଲବିଡବ୍ଲୁ କରିଥିଲେ । ଏହାପରେ ଅଧିନାୟକ ଜୋଏ ରୁଟଙ୍କୁ ମଧ୍ୟ ଏଲବିଡବ୍ଲୁ କରି କରିଥିଲେ । ନୋ ବଲ ଥିବାରୁ ରୁଟ ଜୀବନଦାନ ପାଇ ଯାଇଥିଲେ ସତ କିନ୍ତୁ ଈଶାନ୍ତ ଶର୍ମାଙ୍କ ବଲରେ ସେ ପୁଣି ଥରେ ଏଲବିଡବ୍ଲୁ ହୋଇ ପାଭଲିଅନ ଫେରିଥିଲେ । ରୁଟ ୪ ରନ ସଂଗ୍ରହ କରିଥିଲେ ।

By amfnews

Related Post