Sun. Jan 12th, 2025

ସହରାଞ୍ଚଳର ୫୨ ପ୍ରତିଶତ ଯୁବକ-ଯୁବତୀ ଏକାଧିକ ଭାଷାରେ କଥା ହୁଅନ୍ତି: ସର୍ଭେ

By amfnews Nov 7, 2018 #Featured
111 Views

ନୂଆଦିଲ୍ଲୀ, ନଭେମ୍ବର ୦୭: ଯୁବ ଭାରତ ନିଜର ପୂର୍ବବର୍ତ୍ତୀ ପୀଢ଼ି ତୁଳନାରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ୧୫ ରୁ ୪୯ ବର୍ଷର ବୟସ ବର୍ଗର ସହରାଞ୍ଚଳରେ ରହୁଥିବା ଲୋକ ୨ଟି ଭାଷା ଜାଣିଛନ୍ତି । ସେହିପରି ପ୍ରତି ୬ଜଣରୁ ଜଣେ ୩ଟି ଭାଷାରେ କଥା ହୋଇପାରନ୍ତି । ନିକଟରେ ଜାରି ହୋଇଥିବା ଜନଗଣନା ତଥ୍ୟରୁ ଏହା ଜଣାପଡ଼ିଛି । ସର୍ଭେରୁ ଜଣା ପଡ଼ିଛି ଯେ, ସହରାଞ୍ଚଳର ୫୨ ପ୍ରତିଶତ ଯୁବକ-ଯୁବତୀ ଏକାଧିକ ଭାଷାରେ କଥା ହେବାର ଦକ୍ଷତା ରଖିଛନ୍ତି ।

ଜନଗଣନାରୁ ଏହା ସ୍ୱଷ୍ଟ ହୋଇଛି ଯେ, ସହରର ଏକ ଚତୁର୍ଥାଶଂ ଜନତା ୨ଟି ଭାଷା କହିପାରୁଛନ୍ତି । କେବଳ ୭ ପ୍ରତିଶତ ଲୋକ ୩ଟି ଭାଷା ଜାଣିଛନ୍ତି । ଏହି ସର୍ଭେରେ ସହରାଞ୍ଚଳର ଲୋକଙ୍କୁ ଗ୍ରାମାଞ୍ଚଳର ଲୋକେ ମଧ୍ୟ ଟକ୍କର ଦେଇଛନ୍ତି । ଗ୍ରାମାଞ୍ଚଳରେ ବସବାସ କରୁଥିବା ୨୨ ପ୍ରତିଶତ ଲୋକ ୨ଟି ଭାଷାରେ କଥା ହୋଇପାରୁଛନ୍ତି । ସେହିଭଳି ଏହି ତଥ୍ୟ ସହରାଞ୍ଚଳରେ ୪୪ପ୍ରତିଶତକୁ ପହଞ୍ଚିଛି । ସହରାଞ୍ଚଳର ୧୫ ପ୍ରତିଶତ ଲୋକ ୩ଟି ଭାଷାରେ କଥା ହୋଇ ପାରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ହେଉଛି ମାତ୍ର ୪ ପ୍ରତିଶତ ।

୨୦ ରୁ ୨୪ ବର୍ଷ ବୟସ ବର୍ଗର ଲୋକେ ସର୍ବାଧିକ ଭାଷା କହି ପାରୁଛନ୍ତି ।  ୨୫ ପ୍ରତିଶତ ପୁରୁଷ ୨ଟି ଭାଷାରେ କଥା ହୋଇପାରୁଛନ୍ତି । ସେହିଭଳି ମହିଳାଙ୍କ ମଧ୍ୟରେ ଏହି ତଥ୍ୟ ୧୬ ପ୍ରତିଶତ । ଉଭୟଙ୍କ ମଧ୍ୟରେ ୩ଟି ଭାଷା ଜାଣିଥିବା ବ୍ୟକ୍ତିଙ୍କ ଅଧିକ ପାର୍ଥକ୍ୟ ନାହିଁ ।

By amfnews

Related Post