Fri. Jan 24th, 2025

ସରିଲା ପକ୍ଷୀ ଗଣନା, ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ୧୨ ଲକ୍ଷ ବିଦେଶୀ ପକ୍ଷୀ

By amfnews Jan 6, 2021 #Featured
200 Views

ଖୋର୍ଦ୍ଧା, ଜାନୁଆରୀ ୬ : ଚଳିତ ବର୍ଷ ଶେଷ ହୋଇଛି ଚିଲିକାରେ ପକ୍ଷୀ ଗଣନା । କ୍ରମାଗତ ଭାବରେ ଗତ ୨ ବର୍ଷ ଧରି ଚିଲିକାରେ ବଢୁଛି ବିଦେଶୀ ପକ୍ଷୀଙ୍କ ଆଗମନ । ଚଳିତ ବର୍ଷ ଚିଲିକାକୁ ପ୍ରାୟ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀଙ୍କ ଆଗମନ ହୋଇଥିବା ସୂଚନା ମିଳିଛି । 

ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଚିଲିକାକୁ ୧ଲକ୍ଷରୁ ଉର୍ଦ୍ଧ୍ୱ ପକ୍ଷୀ ଆସିଛନ୍ତି । ଗତ ବର୍ଷ ଚିଲିକାକୁ ୧୧ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ୨୦୧୯ ପକ୍ଷୀ ଗଣନାରୁ ସ୍ପଷ୍ଟ ହୋଇଥିଲା । ଏବଂ ଏବର୍ଷ ଏହି ସଂଖ୍ୟା ୧୨ ଲକ୍ଷକୁ ବୃଦ୍ଧି ପାଇଛି।

ଏବର୍ଷ ଚିଲିକାକୁ ଆହୁରି ୨ଟି ନୂଆ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ସୂଚନା ଦେଇଛନ୍ତି ଚିଲିକା ଡିଭିଜନର ଡିଏଫଓ । ଚଳିତ ବର୍ଷ ଚିଲିକାର ୫ ଟି ରେଞ୍ଜ ତଥା ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା ଓ ନୂଆପଡାରେ ଏହି ପକ୍ଷୀ ଗଣନା କରାଯାଇଥିଲା ।

 ସୂଚନା ଅନୁସାରେ ଚଳିତ ବର୍ଷ ଚିଲିକାକୁ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ଟି ବିଦେଶୀ ପକ୍ଷୀ ଆସିଛନ୍ତି । ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ବି ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲା । ଚିଲିକାକୁ ଆସୁଥିବା ପକ୍ଷୀ ମାନଙ୍କ ଗଣନା କରିବା ପାଇଁ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ଜାନୁଆରୀ ମାସରେ ଆୟୋଜନ କରାଯାଏ ।

By amfnews

Related Post