Fri. Mar 6th, 2026

ସରିଲା କଟକ ବାଲିଯାତ୍ରା: ୧୦୦କୋଟିର ବେପାର

????????????????????????????????????
298 Views

କଟକ, ଡିସେମ୍ବର ୩ : ଗଲା ଦଶ ଦିନ ଧରି ମହାନଦୀର ଗଡ଼ଗଡ଼ିଆ ଘାଟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଆଜି ଶେଷ ହୋଇଛି। ଆଜି ‌େଶଷ ଦିନ ରବିବାର ପଡ଼ିଥିବାରୁ ଲୋକ ଭିଡ଼ ସବୁ ରେକର୍ଡ ଟପି ଯାଇଛି। ଦିନ ଗୋଟାଏ ବେଳକୁ ଭିଡ଼ ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ବାଲିଯାତ୍ରା ପଡ଼ିଆ ମୁହାଁ ହୋଇଥିଲେ। ୪ଟା ବେଳକୁ ଉଭୟ ମହାନଦୀ ଓ କାଠଯୋଡ଼ି ରିଂ-ବଂଧ ଜାମ୍ ହେଇ ଯାଇଥିଲା। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିବା ବେଳେ ଅନ୍ୟପଟେ ମେଳା ପଡ଼ିଆରେ ବେପାରୀ ବି ମାଲାମାଲ ହେଇଛନ୍ତି। ଖାସ୍‌ କରି ଓରମାସ୍‌ ଷ୍ଟଲ୍‌ରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲୋକେ ବର୍ଷକ ପାଇଁ ଘରକରଣା ସାମଗ୍ରୀ କିଣିବା ସହ ଖାନାପିନା, ଦୋଳି ଖେଳରେ ବାଲିଯାତ୍ରାକୁ ମନ ଭରି ଉପଭୋଗ କରିଛନ୍ତି। ଦଶ ଦିନର ବାଲିଯାତ୍ରାରେ ପ୍ରାୟ ୧୦୦କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଆକଳନ କରାଯାଉଛି।

By amfnews

Related Post