Sat. Mar 7th, 2026

ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ଉ

222 Views

ଭବାନୀପାଟଣା : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରିଞ୍ଜା ସରପଞ୍ଚ ଭୋଗବାନ୍ତି ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି। ତାଙ୍କ ଶ୍ୱଶୁର ଘର ଟକାରୁମାଳ  ଓ ନିଜ ଘର  କୁସୁର୍ଲ୍ଲାରେ ମଧ୍ୟ ଏକ ସମୟରେ ଚଢ଼ଉ କରାଯାଇଛି। କଳାହାଣ୍ଡିର ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ ହୋଇଛି।

ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡ଼େନ ସେବା ସମବାୟ ସମିତିର ସମ୍ପାଦକ ଖଗେଶ୍ୱର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା।

By amfnews

Related Post