୧୯୪୭ ମସିହା ସ୍ୱାଧୀନତା ପ୍ରାପ୍ତି ପରେ ପରେ ଦେଶରେ ସରକାର ଗଠନ ହେଲା । ସେତେବେଳେ ଜାତିର ଜନକ ମହାତ୍ମା ଗାନ୍ଧି ବଞ୍ôଚଥିଲେ । ସେ ନବଗଠିତ ସରକାର ଏବଂ ତୁଙ୍ଗ କଂଗ୍ରେସ ନେତାମାନଙ୍କୁ ଦେଶ ଶାସନ ସମ୍ପର୍କରେ ପରାମର୍ଶ ଦେଇ କହିଥିଲେ ଯେ, ଅ ।ମ ଦେଶ କହିଲେ ବମ୍ବେ, ଦିଲ୍ଲୀ କିମ୍ବା କଲିକତା ମହାନଗରୀ ନୁହେଁ, ପାଞ୍ଚଲକ୍ଷ ଗାଁକୁ ନେଇ ଭାରତବର୍ଷ । ଏହି ପାଞ୍ଚଲକ୍ଷ ଗାଁରେ ଦାରିଦ୍ର୍ୟ, ଅନାହାର ଏବଂ ନିରକ୍ଷରତା ଜନଜୀବନକୁ ଯନ୍ତ୍ରଣାସିକ୍ତ କରୁଛି । •ରିଅ ।ଡ଼େ ହାହାକାର । ତେଣୁ ଶାସନବର୍ଗ ଦେଶପାଇଁ ସମ୍ବିଧାନ ତିଅ ।ରି କଲାବେଳେ ସାଧାରଣ ଲୋକଙ୍କର ମୌଳିକ ସୁଖ, ସୁବିଧା ଏବଂ ସାମାଜିକ, ଅର୍ଥନୈତିକ ବିକାଶ ଲୋକଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି କ୍ଷେତ୍ରରେ ଅ ।ଣିବା ପାଇଁ ବ୍ୟବସ୍ଥା ରଖିବ । ତାଙ୍କରି ପରାମର୍ଶକୁ ନେଇ ଅ ।ମ ସମ୍ବିଧାନରେ ପଞ୍ଚାୟତରାଜ ବ୍ୟବସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଅ ।ଗଲା । ୧୯୫୦ ମସିହା ଜାନୁଅ ।ରୀ ୨୬ ତାରିଖରେ ଅ ।ମର ସମ୍ବିଧାନ ଗୃହୀତ ହେଲା । ୧୯୫୨ ମସିହାରେ ସାଧାରଣ ନିର୍ବାଚନ ପରେ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ନେତୃତ୍ୱରେ ଦେଶରେ ମନ୍ତ୍ରିମଣ୍ଡଳ ଗଠିତ ହେଲା ଏବଂ ଅ ।ମ ଦେଶକୁ ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଗଲା । ଲୋକଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତିରେ ସାମାଜିକ ଏବଂ ଅର୍ଥନୈତିକ ବିକାଶ କିଭଳି କରାଯାଇପାରିବ ପଣ୍ଡିତ ନେହେରୁ ଚିନ୍ତାପ୍ରକଟ କଲେ ଏବଂ ତା’କୁ ପ୍ରଥମ ମନ୍ତ୍ରିମଣ୍ଡଳରେ କୃଷିମନ୍ତ୍ରୀ ସ୍ୱର୍ଗତ ଏସ୍.କେ. ଦେଙ୍କୁ ଚୀନ୍ ଦେଶକୁ ପଠାଇଲେ । ତାଙ୍କୁ ପରାମର୍ଶ ଦେଇ କହିଲେ, ତୁମେ ଚୀନ୍ ଯାଅ, କୌଣସି ହୋଟେଲ୍ରେ ରହିବ ନାହିଁ । ବିଭିନ୍ନ କମ୍ୟୁନିଟିରେ ରହି ସାଧାରଣ ଲୋକ କିଭଳି ଭାବରେ ନିଜର ସମ୍ପୃକ୍ତିରେ ବିକାଶ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି, ତା’ରି ଉପରେ ମୋତେ ଅ ।ଣି ରିପୋର୍ଟ ଦେବ । ଅ ।ମ ଦେଶର ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଚୀନ୍ ଦେଶରେ ମାଓ ସେତୁଙ୍କ ନେତୃତ୍ୱରେ ସାଂସ୍କୃତିକ ବିପ୍ଳବ ଜରିଅ ।ରେ କ୍ଷମତା ଦଖଲ କରିଥିଲେ ଏବଂ ଲୋକଙ୍କ ବ୍ୟକ୍ତିଗତ ମୌଳିକ ଅଧିକାରକୁ ସରକାର ହାତକୁ ନେଇଯାଇ ଦେଶରେ ଶହ ଶହ କମ୍ୟୁନ୍ ଗଠନ କରି ଲୋକଙ୍କ ସମ୍ପୃକ୍ତିରେ ଗ୍ରାମାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସଫଳତା ଅର୍ଜନ କରି •ଲିଥିଲେ । ସେହି ଧାରାରେ ଏବଂ ଅ ।ମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗ୍ରାମାଞ୍ଚଳ ବିକାଶକୁ ଅଗ୍ରାଧିକାର ଦେବା ପାଇଁ ଏକ ରିପୋର୍ଟ କୃଷିମନ୍ତ୍ରୀ ଶ୍ରୀ ଦେଙ୍କୁ କହିଥିଲେ ।
କୃଷିମନ୍ତ୍ରୀ ଶ୍ରୀ ଦେ ଚୀନ୍ରୁ ଫେରି ଯେଉଁ ରିପୋର୍ଟ ଦେଇଥିଲେ, ତା’କୁ ଅନୁଧ୍ୟାନ କରି ପଣ୍ଡିତ ନେହେରୁ କମ୍ୟୁନିଟି ଡେଭ୍ଲପ୍ମେଣ୍ଟ ପ୍ରୋଜେକ୍ଟ କାର୍ଯ୍ୟକ୍ରମ ଅ ।ରମ୍ଭ କଲେ । ଏବଂ ଚୀନ୍ ଦେଶର କମ୍ୟୁନ୍କୁ ଅ ।ଖି ଅ ।ଗରେ ରଖି ଅ ।ମ ଦେଶରେ କମ୍ୟୁନିଟି ଡେଭଲପ୍ମେଣ୍ଟ ବ୍ଲକ ସୃଷ୍ଟି କଲେ ଏବଂ ଏହି ବ୍ଲକ୍ ଅଧୀନରେ ନିର୍ଦ୍ଦିଷ୍ଟ ଜନସଂଖ୍ୟାକୁ ନେଇ ପଞ୍ଚାୟତ ମାନ ଗଠନ ହେଲା । ପଞ୍ଚାୟତ ଶାସନ ପାଇଁ ନୀତି ପ୍ରଣୟନ କରାଗଲା । ଏହି ପଞ୍ଚାୟତରାଜ ବ୍ୟବସ୍ଥାକୁ କିଭଳି ରୂପେ ରୂପରେଖ ଦିଅ ।ଯାଇପାରିବ, ସେଥିପାଇଁ ସୁପାରିଶ୍ କରିବାକୁ କମିଶନ ବସାଇଲେ । ହନୁମନ୍ତ ରାଓ ମେହେଟ୍ଟା କମିଶନର୍ ହେଲେ । ୧୯୫୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ପାଇଁ କମିଶନ ସୁପାରିଶ୍ କଲେ ଓ କେନ୍ଦ୍ର ସରକାର ଏହାକୁ ଗ୍ରହଣ କଲେ । ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାକୁ କେନ୍ଦ୍ର ସରକାର ୧୯୫୯ ମସିହାରେ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରି ସେହି ବର୍ଷ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀ ଦିବସରେ ପ୍ରଦୀପ ଜାଳି ପ୍ରଧାନମନ୍ତ୍ରୀ ନେହେରୁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାର ଶୁଭାରମ୍ଭ କଲେ ।
ସେତେବେଳକୁ ପଞ୍ଚାୟତ ଥିଲା ରାଜ୍ୟ ବିଷୟ । ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନୀତିଗତ ଭାବେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ପରାମର୍ଶ ଦେଲେ ।ମାତ୍ର ସବୁ ରାଜ୍ୟ ଏହାକୁ କାର୍ଯ୍ୟକାରୀ କଲେ ନାହିଁ । ତେବେ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଓଡ଼ିଶା ସରକାର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ । ସେତେବେଳେ ଅ ।ମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ପଞ୍ଚାୟତ ରାଜ ବ୍ୟବସ୍ଥା କରିସାରିବା ପରେ ସେ ଘୋଷଣା କରିଥିଲେ ଯେ – ମୁଁ ଯେପରି ରାଜ୍ୟର ମୁଖ୍ୟମନ୍ତ୍ରୀ, ମୋ’ ସରପଞ୍ଚ ତା’ ପଞ୍ଚାୟତର ସେପରି ମୁଖ୍ୟମନ୍ତ୍ରୀ । ସେ ପଞ୍ଚାୟତ ସମିତିକୁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ଜରିଅ ।ରେ ନୂଅ । ହାଇସ୍କୁଲ, ମାଇନର୍ ସ୍କୁଲ ଏବଂ ପ୍ରାଇମେରୀ ସ୍କୁଲ ମଂଜୁର କରିଥିଲେ । ଅ ।ଜି ଅ ।ମ ରାଜ୍ୟରେ ଯେତେବେଳେ ପ୍ରାଇମେରୀ ସ୍କୁଲ ଅଛି, ତା’ର ଅତ୍ୟନ୍ତ ୪୦ ଭାଗ ପ୍ରାଥମିକ ସ୍କୁଲ ସେହି ସମୟରେ ପ୍ରତିଷ୍ଠା କରାଯାଇଥିଲା । ଏବଂ ପଞ୍ଚାୟତ ସମିତିମାନେ ଶିକ୍ଷକମାନଙ୍କୁ ଦରମା ଦେଉଥିଲେ । ୧୯୬୭ ମସିହାରେ ଅଖିଳ ଭାରତ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସେତିକିବେଳେ ସେଠିକି କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମାନେ ଯୋଗ ଦେଇଥିଲେ । ସେହି ସଭାରେ ପଣ୍ଡିତ ନେହେରୁ ଯୋଗ ଦେଇ ଭାଷଣ ଛଳରେ କହିଥିଲେ – “ଦେଶରେ ଯେଉଁ କେତେକ ରାଜ୍ୟ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି, ସେଥିରୁ ବିଜୁଙ୍କ ପଞ୍ଚାୟତରାଜ ବ୍ୟବସ୍ଥା ସବୁଠାରୁ ଉତ୍ତମ, ପ୍ରଗତିଶୀଳ ଏବଂ ସଫଳ ।
ବିଜୁ ବାବୁ କ୍ଷମତାରୁ ଗଲାପରେ ୧୯୬୭ ମସିହାରେ ଜନକଂଗ୍ରେସ ଏବଂ ସ୍ୱତନ୍ତ୍ର ପାର୍ଟି ମିଶି ମିଳିତ ସରକାର ଗଠନ କଲେ । ସ୍ୱର୍ଗତଃ ରାଜେନ୍ଦ୍ର ନାରାୟଣ ସିଂହଦେଓ ହେଲେ ମୁଖ୍ୟମନ୍ତ୍ରୀ । ସେ ଜିଲ୍ଲା ପରିଷଦକୁ ଉଚ୍ଛେଦ କରିଦେଲେ, ଯଦିଓ ପଞ୍ଚାୟତ ସମିତି, ପଞ୍ଚାୟତଗୁଡ଼ିକ ତିଷ୍ଠିକି ରହିଲା । ସେମାନଙ୍କ କ୍ଷମତା ପ୍ରତ୍ୟାହାର କରି ନେଇଗଲେ । ୧୯୭୭ ମସିହାରେ କେନ୍ଦ୍ରରେ ଅଣକଂଗ୍ରେସ ସରକାର ଗଠନ ହେବା ପରେ ପୁର୍ନବାର ପଞ୍ଚାୟତ ସମିତି ବ୍ୟବସ୍ଥାକୁ କିଭଳି ସଫଳ ସହ କାର୍ଯ୍ୟ କରାଯିବ, ସେଥିପାଇଁ ଅଶୋକ ମେହେଟ୍ଟା କମିଶନ ବସାଇଲେ । ଅଶୋକ ମେହେଟ୍ଟା କମିଶନ ରିପୋର୍ଟ ଦେବା ପୂର୍ବରୁ ଜନତା ଦଳ ଭାଙ୍ଗିଗଲା ଏବଂ ଇନ୍ଦିରା ଗାନ୍ଧି କ୍ଷମତାକୁ ଅ ।ସିଲେ । ଇନ୍ଦିରା ଗାନ୍ଧି ପଞ୍ଚାୟତରାଜ ବ୍ୟବସ୍ଥା ଉପରେ ଗୁରୁତ୍ୱ ନ ଦେଇ ଦେଶରେ ଦାରିଦ୍ର୍ୟ ଦୂରୀକରଣ ନାମରେ ବିଂଶ ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କଲେ । ପାଞ୍ଚ ବର୍ଷରେ ୨୫ ହଜାର କୋଟି ଟଙ୍କା ବିନିଯୋଗ କଲେ । ପରେ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ ସରକାର •ଲିଥିବାବେଳେ ଦାରିଦ୍ର୍ୟ ଦୂରୀକରଣ ଯୋଜନା କେତେ ସଫଳ ହୋଇଛି, ତା’ର ଅନୁଶୀଳନ କଲାବେଳେ ଜଣା ପଡ଼ିଲା ଯେ, ୨୫,୦୦୦ କୋଟିର ୮୫ ଭାଗ ବାଟମାରଣା ହୋଇି । ଅର୍ଥାତ୍ ଜଣେ ଗରିବ ଲୋକ ପାଇଁ ସରକାର ଯଦି ୧୦୦ଟଙ୍କା ଅନୁଦାନ ଦେଇଛନ୍ତି, ହିତାଧିକାରୀ ପାଇଛି ମାତ୍ର ୧୫ଟଙ୍କା । ଏହି ତଥ୍ୟ ପ୍ରଧାନମନ୍ତ୍ରୀ ଭାବେ ରାଜୀବ ଗାନ୍ଧି ପାର୍ଲିଅ ।ମେଣ୍ଟରେ ପ୍ରକାଶ କଲାବେଳେ, ସାରା ଦେଶରେ ହଇଚଇ ସୃଷ୍ଟି ହେଲା । ରାଜୀବ ଗନ୍ଧି ଏହାର ପ୍ରତିବିଧାନ ପାଇଁ ଜିଲ୍ଲାପାଳଙ୍କଠାରୁ ଅ ।ରମ୍ଭ କରି ଅର୍ଥନୀତିଜ୍ଞ, ସମାଜବିଜ୍ଞାନୀ, ଗାନ୍ଧିବାଦୀ ନେତାମାନଙ୍କ ସହ ପରାମର୍ଶ କଲେ । ଏ ପରାମର୍ଶରୁ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଯେ ଏକମାତ୍ର ବ୍ୟବସ୍ଥା ସ୍ପଷ୍ଟ ଭାବେ ମତ ପ୍ରକାଶ କଲେ । ତେଣୁ ରାଜୀବ ଗାନ୍ଧି ୭୩ତମ ସମ୍ବିଧାନ ସଂଶୋଧନ କରି ପଞ୍ଚାୟତରାଜ ବ୍ୟବସ୍ଥାକୁ ବାଧ୍ୟତାମୂଳକ ଭାବେ ସବୁ ରାଜ୍ୟରେ କାର୍ଯକାରୀ କରାଇବା ପାଇଁ ୭୩ମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ପାର୍ଲିଅ ।ମେଣ୍ଟରେ ଦୁଇ ତୃତୀୟାଂଶ ଭୋଟ୍ରେ ପାସ୍ କରାଇନେଲେ । ମାତ୍ର ରାଜ୍ୟସଭାରେ ଏହି ବିଲ୍ଟି ନାମଂଜୁର ହୋଇଗଲା । ତା’ପରେ ୧୯୯୦ ମସିହାରେ ଯେତେବେଳେ ଭି.ପି. ସିଂହ ପ୍ରଧାନମନ୍ତ୍ରୀ ହେଲେ । ଏହି ପ୍ରସ୍ତାବିତ ୭୩ ତମ ସମ୍ବିଧାନ ସଂଶୋଧନ ବିଲ୍ର ଅ ।ବଶ୍ୟକୀୟ ସଂଶୋଧନ କରି ୧୯୯୦ ମସିହା ସେପ୍ଟେମ୍ବର ୯ ତାରିଖରେ ପାର୍ଲିଅ ।ମେଣ୍ଟରେ ପୁନଃ ଉପସ୍ଥାପନ କରିଥିଲେ । ମାତ୍ର ସେହି ଦିନ ସିଲେକ୍ଟ କମିଟିକୁ ପଠାଗଲ । ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ମୁଁ ଥିଲି ତାଙ୍କର ପଞ୍ଚାୟତରାଜ ମନ୍ତ୍ରୀ । ବିଜୁବାବୁ ମୋତେ କହିଲେ, ” ମୁଁ ଅ ।ଉ ଅପେକ୍ଷା କରିପାରିବି ନାହିଁ । କ୍ଷମତା ଲିପ୍ସୁ ରାଜନେତା ଓ ଅର୍ଥଲୋଭୀ ପ୍ରଶାସକ, ଅମଲାତନ୍ତ୍ର ଏମାନେ ଲୋକଙ୍କ ହାତକୁ କ୍ଷମତା ଦେବାକୁ •ହୁଁନାହାନ୍ତି । ଅ ।ମ ରାଜ୍ୟ ପଞ୍ଚାୟତରାଜ ଅ ।ଇନକୁ ସଂଶୋଧନ କରି ତ୍ରିସ୍ତରୀୟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବି ଏବଂ ଲୋକଙ୍କ ହାତକୁ କ୍ଷମତା ଦେବି ।’ତାହହିଁ ହେଲା । ଦେଶରେ ପ୍ରଥମ ଥର ପାଇଁ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ କରାଗଲା । ୧୯୯୨ ସୁଦ୍ଧା ରାଜ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥା କାର୍ଯ୍ୟକାରୀ କରି ନିର୍ବାଚନ ଶେଷ ହେଲା । ଗ୍ରାମ ପଞ୍ଚାୟତ ନିର୍ବାଚନକୁ ନିର୍ଦ୍ଦଳୀୟ କରିବା ପାଇଁ ସେ ରାଜ୍ୟବାସୀଙ୍କୁ ଏକ ବିଜ୍ଞାପନ ଜରିଅ ।ରେ ନିବେଦନ କଲେ ଯେ, ୱାର୍ଡମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟ ଭାବେ ଭଲ ଲୋକ ଦେଖି ଭୋଟ ଦିଅ । ଏହି ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ, କ୍ଷୁଧା, ନିରକ୍ଷରତା, ବ୍ୟାଧି ଅ ।ଦି ଦୂର ହୋଇପାରିବ ଏ ବିଶ୍ୱାସ ମୋର ରହିଛି, ରାଜ୍ୟବାସୀ ଏଥିରେ ସହଯୋଗ କର ।
କିନ୍ତୁ ଅ ।ମର ସାମ୍ପ୍ରତିକ ପଞ୍ଚାୟତରାଜ ବ୍ୟବସ୍ଥା କୁଅ ।ଡ଼େ ଗଲାଣି । ପଞ୍ଚାୟତରାଜ ପ୍ରତିନିଧିମାନେ ନିଜର ସ୍ୱତନ୍ତ୍ର ସତ୍ତା ହରାଇ ଅମଲାମାନଙ୍କ ହାତରେ କ୍ରୀଡ଼ନକ ସାଜିଲେଣି, ତାହା ଅନୁମେୟ । ପ୍ରଥମ ଦଫାରେ ୨ଲକ୍ଷ ଟଙ୍କାରୁ କମ୍ ମୂଲ୍ୟରେ ବିଲ୍ ଅନୁମୋଦନ ନିମନ୍ତେ ବିଡ଼ିଓଙ୍କୁ କ୍ଷମତା ଦିଅ ।ଗଲା, ସମିତିର ଅଧ୍ୟକ୍ଷକୁ ବିଲ୍ ପାସ୍ କରିବାକୁ ଦିଅ ।ଗଲା ନାହିଁ । ଦ୍ୱିତୀୟବାର ପୁଣି ନିର୍ଦ୍ଦେଶ ଗଲା ୧୦ ଲକ୍ଷ ଟଙ୍କାର କାମ କରିବାକୁ ହେଲେ, ତାକୁ ଟେଣ୍ଡର୍ କରିବାକୁ ହେବ । ପୁନର୍ବାର ଏବେ ନିର୍ଦ୍ଦେଶ ଯାଇଛି ଅ ।ଉ ପଲ୍ଲୀସଭା ରହିବ ନାହିଁ କି ଲୋକଙ୍କ ସମ୍ପୃକ୍ତି ରହିବ ନାହିଁ । ସବୁ କାମ ସରକାରୀ କର୍ମ•ରୀଙ୍କ ଦ୍ୱାରା କରାଯିବ । ସମ୍ବିଧାନରେ ବିଭିନ୍ନ ଯୋଜନା କରିବାକୁ ହେଲେ, ଗ୍ରାମ ସଭାରେ କରାଯିବ ବୋଲି ଉଲ୍ଲେଖ ରହିଥିଲା । ମାତ୍ର ଓଡ଼ିଶା ସଭାରେ ଗ୍ରାମସଭା ପରିବର୍ତ୍ତେ ପଲ୍ଲୀସଭାକୁ ଗୁରୁତ୍ୱ ଦିଅ ।ଗଲା । କେନ୍ଦ୍ର ସରକାର ଏହାକୁ ଅନୁସରଣ କରି ଗ୍ରାମସଭା ପରିବର୍ତ୍ତେ ପଲ୍ଲୀସଭାକୁ ଗ୍ରହଣ କଲେ । ପଲ୍ଲୀସଭାର ଉଦ୍ଦେଶ୍ୟ ହେଲା ଯେ, ସେ ପଲ୍ଲୀରେ କେଉଁ କେଉଁ କାମ ପାଇଁ କେତେ ଟଙ୍କା ମଂଜୁର ହୋଇଛି, ସେ କାମ କାହାଦ୍ୱାରା କରାଯିବ, ସେହି ପଲ୍ଲୀର ଜଣେ ଶ୍ରମିକ ନେତା ବଛାଯିବେ, ତାଙ୍କ ଦ୍ୱାରା ପଲ୍ଲୀବାସୀମାନେ କାମ କରିବେ । ଅନ୍ତତଃ ସେଥିରେ ଅର୍ଥ ବାଟମାରଣ ହେବ ନାହିଁ । ତେବେ ସବୁ କାମ ଯଦି ସରକାରୀ କର୍ମ•ରୀମାନଙ୍କ ଦ୍ୱାରା କରାଯିବ, ପଲ୍ଲୀବାସୀମାନେ ଅନ୍ଧାରରେ ରହିବେ । କେତେ ଟଙ୍କା ମଂଜୁର ହେଲା, କେତେଟଙ୍କାର କାମ ହେଲା, କେତେଟଙ୍କା ଅ ।ତ୍ମସାତ୍ ହେଲା, ତାହା କେହି ଜାଣିବାର ସୁଯୋଗ ପାଇବେ ନାହିଁ । ତା’ର ଅର୍ଥ ଅ ।ମେ ପୁଣି ବ୍ରିଟିଶ୍ ଅମଲାତନ୍ତ୍ରକୁ ଫେରିଯିବା । ସେତେବେଳେ ପ୍ରଚଳିତ “ଯଦି କରିବ •କିରି, ତେବେ ଥିବ ଉପୁରି’ ପ୍ରଥା ପୁନର୍ବାର ଗ୍ରାମାଞ୍ଚଳକୁ ଗ୍ରାସ କରିବ ।
୭୩ତମ ସମ୍ବିଧାନ ସଂଶୋଧନ ହେଲା ପରେ ୧୯୯୩ ମସିହାରେ ଜିଲ୍ଲା, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତ କ’ଣ କ’ଣ କ୍ଷମତା ଉପଭୋଗ କରିବେ, ଗ୍ରାମାଞ୍ଚଳ ବିକାଶରେ ସେମାନଙ୍କର ଭୂମିକା କ’ଣ ରହିବ, ତାହା ଏକାଦଶ ପରିଚ୍ଛେଦ ଭାବେ ସମ୍ବିଧାନରେ ସନ୍ନିବେଶିତ କରାଯାଇଛି । ସମ୍ବିଧାନରେ ନିର୍ଦ୍ଦେଶ ରହିଛି ଯେ, ଜିଲ୍ଲା ଯୋଜନା କମିଟିର ଚେୟାର୍ମ୍ୟାନ୍ ରହିବେ, ଜିଲ୍ଲାପରିଷଦର ଅଧ୍ୟକ୍ଷ ଏବଂ କଲେକ୍ଟର କିମ୍ବା ତତୁଲ୍ୟ ଜଣେ ସରକାରୀ ଅଧିକାରୀ । ଜିଲ୍ଲା ଯୋଜନା କମିଟିର ସେକ୍ରେଟେରୀ ରହିବେ । ତେବେ ସମ୍ବିଧାନର ଏହି ବ୍ୟବସ୍ଥାକୁ ଅଣଦେଖା କରି ଏବେ ଜିଲ୍ଲାର ଜଣେ ବିଧାୟକ ଜିଲ୍ଲା ଯୋଜନା କମିଟିର ଚେୟାର୍ମ୍ୟାନ୍ ରହୁଛନ୍ତ । ଏବଂ ସାରା ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲା ପରିଷଦର ଅଧ୍ୟକ୍ଷ ବିଧାୟକଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି, ଯାହାର ଫଳ ହେଉଛି ଜିଲ୍ଲା ଯୋଜନା କମିଟିକୁ ପ୍ରଦତ୍ତ ଅର୍ଥ ବାଟମାରଣା ହେବାରେ ଲାଗିଛି । ଉଦାହରଣ ସ୍ୱରୂପ ପ୍ରତି ଜିଲ୍ଲାକୁ ସରକାର କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡ ନାମରେ ପ୍ରତିବର୍ଷ ଟଙ୍କା ଦିଅନ୍ତି, ସେଥିରେ ଜଗତସିଂହପୁର ଜିଲ୍ଲା ବର୍ଷକୁ ୧ କୋଟି ୧୪ ଲକ୍ଷ ଟଙ୍କା ପାଇଥାଏ । ଏଥିରେ •ରିଟି ନିର୍ବାଚନ ମଣ୍ଡଳୀ ବର୍ଷକୁ ୨୮ ଲକ୍ଷ ଟଙ୍କା ପାଇବା କଥା । ମାତ୍ର ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ୩ ବର୍ଷ ଭିତରେ ଗୋଟିଏ ଟଙ୍କା ଉକ୍ତ ଫଣ୍ଡ୍ରୁ ପାଇନାହାନ୍ତି । ତେବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଲୋକଙ୍କ ହାତକୁ କ୍ଷମତା ଦେବା ପାଇଁ ଯେଉଁ ଐତିହାସିକ ପଦକ୍ଷେପ ନେଇଥିଲେ, ତାହାକୁ ଅନୁସରଣ କରି କେନ୍ଦ୍ର ସରକାର ୧୯୯୩ ମସିହାରେ ଚୂଡ଼ାନ୍ତ ସମ୍ବିଧାନ ସଂଶୋଧନ କଲେ । ବର୍ତ୍ତମାନ ସେ ପଞ୍ଚାୟତରାଜ ବ୍ୟବସ୍ଥାର ସ୍ଥିତି କ’ଣ ଏବଂ ୧୧୮ଟି “ପେସା’ ବ୍ଲକ୍ରେ ପଞ୍ଚାୟତ ପ୍ରତିନିଧିମାନଙ୍କର କି’ ଅବସ୍ଥା, ତା’କୁ ଥରେ ନିରପେକ୍ଷ ଭାବେ ଅନୁସରଣ କଲେ, ଅ ।ମ ରାଜ୍ୟର ଉପରୁ ତଳ ପର୍ଯ୍ୟନ୍ତ କେବଳ ଅମଲାତନ୍ତ୍ରର ଶାସନ •ଲିଛି କି ନାହିଁ, ତାହା ସହଜେ ବୁଝି ହେବ ।
311 Views