Sun. Mar 8th, 2026

ସମ୍ବିଧାନକୁ ଚିରିବାରୁ ସଂସଦରୁ ବିଦା ହେଲେ ଦୁଇ ସାଂସଦ

153 Views

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏହାଦ୍ୱାରା ଜମ୍ମୁ-କଶ୍ମୀରକୁ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ। କେନ୍ଦ୍ର ସରକାରଙ୍କ ଏଭଳି ଘୋଷଣାକୁ ଜମ୍ମୁ-କଶ୍ମୀରର ପିଡିପି ଦଳର ଦୁଇ ସାଂସଦ ଜୋରାଦାର ବିରୋଧ କରିଥିଲେ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅସାମ୍ବିଧାନିକ ବୋଲି ମଧ୍ୟ ସେମାନେ ମତ ଦେଇଥିଲେ। ଏଥିସହ ପିଡିପି ସାଂସଦ ମୀର ଫୟାଜ ଓ ନଜିର ଅହମ୍ମଦ ଲୱେ ସମ୍ବିଧାନକୁ ମଧ୍ୟ ଗୃହ ମଧ୍ୟରେ ଚିରି ଦେଇଥିଲେ। ଏଥିରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ବିରକ୍ତି ପ୍ରକାଶ କରିଥିଲେ। ସମ୍ବିଧାନିକୁ ଅପମାନିତ କରିଥିବାରୁ ଦୁଇ ସାଂସଦଙ୍କୁ ମାର୍ଶଲ ଡାକି ଶ୍ରୀ ନାଇଡୁ ଗୃହରୁ ବିଦା କରିଦେଇଥିଲେ। ଏହି ଦୁଇ ସାଂସଦ ସଂସଦ ବାହାରେ କଳାପଟି ବାନ୍ଧି ବିରୋଧ ଜାରି ରଖିଥିଲେ। ଖାଲି ସେତିକି ନୁହେଁ, ଫୟାଜ ରାଗରେ ନିଜର କୁର୍ତ୍ତାକୁ ମଧ୍ୟ ଚରି ବିରୋଧ ପ୍ରଦର୍ଶନ କରିଥିଲେ।ତେବେ କଂଗ୍ରେସର ଜମ୍ମୁ-କଶ୍ମୀର ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ପିଡିପିର ଦୁଇ ସାଂସଦଙ୍କ ଏଭଳି ଆଚରଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଆଜାଦ କହିଛନ୍ତି, “ମୁଁ ପିଡିପି ସାଂସଦଙ୍କ ଏଭଳି ଆଚରଣକୁ ନିନ୍ଦା କରୁଛି। ଆମେ ସର୍ବଦା ଭାରତର ସମ୍ବିଧାନ ସହ ରହି ଆସିଛୁ। ସମ୍ବିଧାନର ସୁରକ୍ଷା ପାଇଁ ଆମେ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ରହିଛୁ।”

By amfnews

Related Post