Sun. Mar 8th, 2026

ସମ୍ପର୍କ ଯାହା ଥାଉନା କାହିଁକି କର୍ତାରପୁର କରିଡର୍‌ ଖୋଲିବ ପାକିସ୍ତାନ

201 Views

ଲାହୋର  : ନୂଆଦିଲ୍ଲୀ ସହ ଇସ୍‌ଲାମାବାଦର ସମ୍ପର୍କ ଯାହା ଥାଉନା କାହିଁକି, ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ଭାରତୀୟ ଶିଖ୍‌ ଯାତ୍ରୀଙ୍କ ନିମନ୍ତେ କର୍ତାରପୁର ଦରବାର ସାହିବ ଦର୍ଶନ ପାଇଁ ପାକିସ୍ତାନର ଦ୍ୱାର ସର୍ବଦା ଉନ୍ମୁକ୍ତ ବୋଲି ସୂଚନା ଓ ପ୍ରସାରଣ ସଂକ୍ରାନ୍ତ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଫିର୍‌ଦୌସ୍‌ ଆଶିକ୍‌ ଅଓ୍ଵାନ୍‌ କହିଛନ୍ତି।

ଜମ୍ମୁ ଓ କଶ୍ମୀରରୁ ନୂଆଦିଲ୍ଲୀ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ କରିବା ପରେ ଭାରତ ସହ ସମ୍ପର୍କ ତିକ୍ତ ହୋଇଥିବା କାରଣରୁ ପାକିସ୍ତାନ କର୍ତାରପୁର କରିଡର୍‌ କାମ ବନ୍ଦ ରଖିଛି ବୋଲି ଯାହା ଶୁଣାଯାଉଛି ତାହା ଗୁଜବ ବୋଲି ଶନିବାର ଦିନ ଲାହୋର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଫିର୍‌ଦୌସ୍‌ କହିଛନ୍ତି ବୋଲି ରେଡିଓ ପାକିସ୍ତାନ ଖବର ପ୍ରସାରଣ କରିଛି।

ଭାରତ ସହ ଚୂଡ଼ାନ୍ତ ହୋଇଥିବା ‘ଟିଓଆର୍‌ଏସ୍‌’ର ସମୟସୂଚୀ ଅନୁସାରେ ଏ ବର୍ଷ ନଭେମ୍ବର ମାସରେ କରିଡର୍‌ ଉଦ୍‌ଘାଟନ କରାଯିବ ବୋଲି ସେ କହିଛନ୍ତି। ଫିର୍‌ଦୌସ୍‌ କହିଲେ ମୁସଲମାନଙ୍କ ପାଇଁ ମକ୍କା ଓ ମଦିନା ପରି ଶିଖ୍‌ମାନଙ୍କ ନିମନ୍ତେ ନାନକ ସାହିବ ଓ ପାକିସ୍ତାନର ଅନ୍ୟାନ୍ୟ ସହର ପବିତ୍ର।

ଭାରତ ପଟରେ ଥିବା ଶିଖ୍‌ମାନେ ଗୁରୁନାନକଙ୍କ ପୀଠ ଦର୍ଶନ କରିବାକୁ ସମର୍ଥ ହେବା ଲାଗି କର୍ତାର୍‌ପୁର କରିଡର୍‌ ଖୋଲିବା ନିଷ୍ପତ୍ତି ହେଉଛି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ କଳ୍ପନା।

By amfnews

Related Post