Sat. Mar 7th, 2026

ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

242 Views

ନବରଙ୍ଗପୁର : ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ।

ଏ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ରାଜୀବ ମାଝି। ଘର ପାପଡ଼ାହାଣ୍ଡି ଘୁଷୁରାମାରୁଗୁଡ଼ା ଗାଁରେ। ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରିଛି ପୁଲିସ। ସେପଟେ ପୁଲିସ୍‌ ପୀଡ଼ିତା ଓ ଗିରଫ ଅଭିଯୁକ୍ତକୁ ଡାକ୍ତରୀ ମାଇନା ଲାଗି ପଠାଇ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ଯୁବକ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଗାଁରେ ବୈଠକ ବସି ମାମଲାର ସମାଧାନ ହୋଇ ନପାରିବାରୁ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।

By amfnews

Related Post