Sat. Mar 7th, 2026

ସନ୍ଧ୍ୟା ହେଲେ ସହରରେ ପଶୁଛନ୍ତି ଭାଲୁ, ଲୋକେ ଆତଙ୍କିତ

207 Views

ନବରଙ୍ଗପୁର : ନବରଙ୍ଗପୁର ସହର ସ୍ଥିତ ଜମାଲ କଲୋନୀରେ ୧୫ ଦିନ ହେଲାଣି ସନ୍ଧ୍ୟା ହେଲେ ଭାଲୁ ଆତଙ୍କ ଦେଖିବାକୁ ମିଳୁଛି।  ଦୁଇଟି ଭାଲୁ କଲୋନୀ ମଧ୍ୟକୁ ପଶି ଆସି ଏଣେ ତେଣେ ବୁଲୁଛନ୍ତି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଘର ଭିତରେ ଭାଲୁ ପଶିଯିବା ଭୟରେ ସନ୍ଧ୍ୟା ହେଲେ ସମସ୍ତଙ୍କ ଘରର କବାଟ ବନ୍ଦ ହୋଇଯାଉଛି। ଏଠାରେ ଲୋକ ସନ୍ଧ୍ୟା ପରେ ଆଉ ଘରୁ ବାହାରୁ ନାହାନ୍ତି।

ଭାଲୁ ଯେପରି କାହାରି ବି କିଛି କ୍ଷତି ନ ପହଞ୍ଚାଏ  ଓ ଅନୁରୂପ ଭାବେ ଲୋକେ ମଧ୍ୟ ଯେପରି ଭାଲୁକୁ ଆକ୍ରମଣ ନକରନ୍ତି, ସେଥିପ୍ରତି ଧ୍ୟାନ ଦେଇ ବନ ବିଭାଗ ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଛି। ଭାଲୁକୁ ଧରିବା ପାଇଁ କଲୋନୀରେ ତିନୋଟି ଯନ୍ତା ରଖାଯାଇଛି।

ତେବେ ୧୫ ଦିନ ହେବ ଏ ଦୁଇଟି ଭାଲୁ ସହର ମୁହାଁ ହୋଇଥିଲେ ବି ବନବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦୁଇ ଭାଲୁଙ୍କୁ  ଖୁବ୍‌ଶୀଘ୍ର ଧରାଯିବ ବୋଲି ବନବିଭାଗ କହିଛି।

By amfnews

Related Post