Sat. Mar 7th, 2026

ସଦ୍ୟତମ ସୂଚନା : ପୁରୀରୁ ୪୩୦ କିମି ଦୂରରେ ରହିଛି ‘ଫୋନି’, ଘଣ୍ଟାପ୍ରତି ବେଗ ୧୫ କିଲୋମିଟର

224 Views

ଭୁବନେଶ୍ୱର:ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀଙ୍କ ସଦ୍ୟତମ ସୂଚନା ଅନୁଯାୟୀ ପୁରୀରୁ ୪୩୦ କିମି ଦୂରରେ ରହିଛି ‘ଫୋନି’ ।ଏଥିପାଇଁବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଓ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏବେ ଫୋନିର ବେଗ ଘଣ୍ଟାପ୍ରତି ୧୫ କିଲୋମିଟର ହୋଇଥିବା ଜଣାଯାଇଛି। ମଇ ୩ ତାରିଖ ସଂଧ୍ୟା ୫.୩୦ଟା ପାଖାପାଖି ଗୋପାଳପୁରଠାରୁ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଫୋନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୭୦ରୁ ୧୮୦କିଲୋମିଟର ରହିବ। ଏହି ବେଗ ୨୦୦ କିଲୋମିଟରକୁ ବଢ଼ିବାର ସମ୍ଭାବନା ମଧ୍ୟ ରହିଛି। ବାତ୍ୟା ଫୋନି ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ୨୦ଟି ଟିମ୍ କୋଷ୍ଟଗାର୍ଡ ଟିମ୍ ମୁତୟନ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟକୁ କଡ଼ା ମୁକାବିଲା ପାଇଁ ନଜର ରଖାଯାଇଛି।

ଆସନ୍ତା ୩ ତାରିଖରେ ପୁରୀ ଉପକୂଳ ଛୁଇଁବ ଅତି ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଫୋନି । ବାତ୍ୟା ଫୋନି ଓଡିଶା ଉପକୂଳ ଆଡକୁ ଯେତିକି ମାଡି ଆସୁଛି ଜନସାଧାରଣଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି।

By amfnews

Related Post