Sun. Nov 24th, 2024

ସଂସଦରେ ପ୍ରତାପଙ୍କ ଓଜସ୍ୱିନୀ ଭାଷଣ

By amfnews Jun 24, 2019 #Featured
357 Views

ନୂଆଦିଲ୍ଲୀ: ସଂସଦର ଉଭୟ ସଦନରେ ଚଳିତ ଅଧିବେଶନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଆଜି ଗୃହରେ ଆଲୋଚନା ହୋଇଛି। ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ପାରିତ କରିଥିବାବେଳେ ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ପାରିତ କରିଛନ୍ତି। ପ୍ରତାପ ପାଞ୍ଚଟି ଭାଷାରେ ଓଜସ୍ୱିନୀ ଭାଷଣ ଆଜି ସାରା ଦେଶରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ଅଭିଭାଷଣରେ ରାଜନୀତି, ରାମାୟଣ, କଂଗ୍ରେସ ସରକାର ସମସ୍ତଙ୍କ ବାବଦରେ ଲୋକସଭାକୁ ଉଦବୋଧନ ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ।

ସଂସଦରେ ପ୍ରତାପ କହିଛନ୍ତି, ଭାରତ ବିଜୟରେ ପ୍ରମାଣ କାହିଁକି ମଗାଯାଉଛି। କ’ଣ ଆମ ପିତା କିଏ ବୋଲି ଜାଣିବା ପାଇଁ ମା’କୁ ଆମେ ଡିଏନ୍‌ଏ ଟେଷ୍ଟ କରି ପ୍ରମାଣ ମାଗୁଛୁ?  ତେବେ କାହିଁକି ଆମ ଯବାନ ମାନଙ୍କର ବୀରତା ଉପରେ ପ୍ରଶ୍ନ କରି ପ୍ରମାଣ ମଗାଯାଉଛି। ଯେଉଁମାନେ ଭାରତର ସ୍ୱାଧୀନତା ଏବଂ ଅଖଣ୍ଡତା ସ୍ୱୀକାର ନାହିଁ, ତାଙ୍କୁ ଭାରତରେ ରହିବାର ଅଧିକାର ନାହିଁ।

ଭାରତରେ ଜନ୍ମ ହେବା ପାଇଁ ଦେବତାମାନେ ମଧ୍ୟ ତପସ୍ୟା କରିଥିଲେ। ଭାରତ ଆମର ପବିତ୍ର ଭୂମି। ଥରେ ବିବେକାନନ୍ଦ କହିଥିଲେ, ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଅନ୍ୟ ସବୁ ଦେବତାଙ୍କୁ ପୂଜା କରିବା ଛାଡ଼ିଦିଅ କେବଳ ପବିତ୍ର ଭାରତ ମାତାଙ୍କୁ ପୂଜା କର। ଭାରତ ନରବଳି ଚାହୁଁନାହିଁ।

କ୍ରାନ୍ତିକାରୀ ମାନଙ୍କର ଉଦାହରଣ ଦେଇଥିଲେ ପ୍ରତାପ ଷଡ଼ଙ୍ଗୀ। ବଙ୍ଗଳା ଭୂମିରେ ସନ୍ତ୍ରାଶବାଦୀ ବାହାରିଛନ୍ତି, ଯେଉଁମାନେ ଗଣତନ୍ତ୍ରକୁ ହତ୍ୟା କରିବାକୁ ଯାଉଛନ୍ତି ବୋଲି ପ୍ରତାପ ଷଡ଼ଙ୍ଗୀ କହିଥିଲେ। କଂଗ୍ରେସ ଭାଇମାନେ କୁହନ୍ତି,  ପ୍ରଧାନମନ୍ତ୍ରୀ ଭ୍ରମଣରେ ଅଧିକ ଖର୍ଚ୍ଚ କରୁଛନ୍ତି। କିନ୍ତୁ ମୁଁ ଏଠାରେ କହିବାକୁ ଚାହୁଁଛି, ମୋଦିଙ୍କ ପାଇଁ ଆନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ଚିତ୍ର ପରିବର୍ତ୍ତନ ହୋଇଛି। ସ୍ଥିତି ଏପରି ହୋଇଛି ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଆଜି ଶାନ୍ତିର ହାତ ବଢ଼ାଇଛନ୍ତି।

  • ରାଜନୀତି ମୋ ପାଇଁ ଜନସେବାର ଏକ ମାଧ୍ୟମ
  • ଜନମତକୁ ବିନମ୍ରତାର ସହ ଗ୍ରହଣ କରିବା ସଭ୍ୟ ଆଚରଣ
  • ପୂର୍ବରୁ ଟୁଜି, ଥ୍ରିଜି ଆଦି ବିଭିନ୍ନ ଦୁର୍ନୀତିରେ ସରକାର ବୁଡ଼ି ରହିଥିଲା
  • ବିଗତ ୫ ବର୍ଷରେ ସରକାରରେ ଦୁର୍ନୀତିର ସାମାନ୍ୟ ଛିଟା ଲାଗିନି
  • ଦେଶରେ ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ ହେଲା କିନ୍ତୁ ବିରୋଧୀ ପ୍ରମାଣ ମାଗିଲେ। ସତ ଜାଣିବା ପାଇଁ କଣ ମାଆର ଡିଏନଏ ପରୀକ୍ଷା କରାଯାଏ କି?
  • ମୁଁ ଏକ ସାଧାରଣ ପରିବାରରୁ ଏଠାକୁ ଆସିଛି, ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସାଧାରଣ ପରିବାରରୁ ଆସିଛନ୍ତି। ଜଣେ ସାଧାରଣ ଚା ବାଲା ଆଜି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ
  • ଦୀର୍ଘ ବର୍ଷ ଧରି କଂଗ୍ରେସ ଦେଶରେ ଶାସନ କରିଛି, ବିଜେପି ସରକାରରେ ବିରୋଧୀ କାହିଁକି ଅସହିଷ୍ଣୁ ହୋଇପଡ଼ୁଛନ୍ତି?
  • ପ୍ରତ୍ୟେକ ଫିଲ୍ମରେ ହିରୋ ଓ ଭିଲେନ ରହିଥାନ୍ତି। ମୋଦିଙ୍କ ଏହି ବିଜୟୀ ପାଇଁ କଂଗ୍ରେସକୁ ଧନ୍ୟବାଦ
  • ପଶ୍ଚିମବଙ୍ଗ ସରକାର ଯାତ୍ରା ପାର୍ଟିର ଏକ କଳାକାର
  • ପ୍ରଧାନମନ୍ତ୍ରୀ କହିଥିଲେ ମୁଁ ଦେଶର ପ୍ରଧାନସେବକ
  • ନିଜ କଥାକୁ ପ୍ରଧାନମନ୍ତ୍ରୀ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି
  • ଯେଉଁମାନେ ଲୋକଙ୍କ ବିଶ୍ୱାସ ଭାଙ୍ଗିଥିଲେ, ସେମାନେ ମୋଦିଙ୍କୁ ସହିପାରୁନାହାନ୍ତି
  • ଭଲ କଥାକୁ ପ୍ରଶଂସା କରିବା ପାଇଁ ବିରୋଧୀ ମନସ୍ଥ କରିବା ଉଚିତ
  • ଆଶା କର୍ମୀ ଯମୁନାମଣି, ଚା ବିକାଳି ଡି. ପ୍ରକାଶ ରାଓଙ୍କ କଥା କହିଲେ
  • ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ଖୋଜି ବାହାର କରନ୍ତି ପ୍ରଧାନମନ୍ତ୍ରୀ
  • ୧୯୭୧ ଯୁଦ୍ଧ ବେଳେ ଇନ୍ଦିରା ଗାନ୍ଧିଙ୍କୁ ବାଜପେୟୀ ପ୍ରଶଂସା କରିଥିଲେ
  • ବିରୋଧୀ ମୋଦି ସରକାରରେ ହୋଇଥିବା ବାଲାକୋଟ ଆକ୍ରମଣ, ସର୍ଜିକାଲ ଷ୍ଟ୍ରାଇକ ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଉଚିତ୍
  • ଦେଶର ଜନତା କୌଣସି ଭେଜାଲ ମିଶ୍ରଣକୁ ଗ୍ରହଣ କଲେନି
  • ସେମାନେ ଶୁଦ୍ଧମାଲ୍ ନରେନ୍ଦ୍ର ମୋଦିଙ୍କୁ ପୁଣି ଗ୍ରହଣ କଲେ
  • ଏଭଳି ଲୋକଙ୍କୁ ବି ପ୍ରଧାନମନ୍ତ୍ରୀ ମୋଦି ଖୋଜି ବାହାର କଲେ
  • ନିର୍ବାଚନରେ ଜଣେ ପୂର୍ବ ପ୍ରଧାନମନ୍ତ୍ରୀ, ୧୨ ପୂର୍ବ ମୁଖ୍ୟମନ୍ତ୍ରୀ ହାରିଲେ
  • ମୋଦିଙ୍କ ଉପରେ ସାଧାରଣ ଲୋକଙ୍କ କି ଅଖଣ୍ଡ ବିଶ୍ୱାସ, ପ୍ରମାଣିତ

By amfnews

Related Post