Thu. Dec 26th, 2024

ସଂଭାବନା ଓଡିଆଣୀ ସମିତିର ବୋଇତ ବନ୍ଦାଣ ଓ ଓଡ଼ିଆ ସମବୃଦ୍ଧି ସମ୍ମାନ ପ୍ରଦାନ ଉତ୍ସବ

By amfnews Nov 25, 2018 #Featured
201 Views

ଭୁବନେଶ୍ୱର ତା୨୫/୧୧-ପହିଲି ଶୀତର ସଞ୍ଜରେ ଏକାମ୍ର ହାଟରେ ଶୁଭୁଥିଲା ସାତ ଦରିଆ ପାରି ରେ ବୋଇତ ଭାସି ଯା, ଗୋରାପ ଗଡି ଯା, ପୁଣି ଶୁଭୁଥିଲା ହୁଳହୁଳି ଓ ଶଙ୍ଖଧ୍ୱନି । ଭାସି ଆସୁଥିଲା ଚକୁଳି ଓ ଆରିସା ପିଠାର ମହ ମହ ବାସ୍ନା । ତା ସହ ଓଡିଆଣୀଙ୍କ ବେଶଭୂଷାର ଝଲକ । ଏକାମ୍ର ହାଟର କ୍ଷୁଦ୍ର ଜଳାଶୟରେ ଭାସୁଥିବା କଦଳୀ ପାଟୁକା ଓ ସୋଲର ଡଙ୍ଗାମାନେ ମନେ ପକାଇ ଦେଉଥିଲେ ଅତୀତ ଦିନର ସାଧବ ପୁଅର କଥା । ଅବସର ଥିଲା ସଂଭାବନା ଓଡିଆଣୀ ସମିତି ପକ୍ଷରୁ ଚତୁର୍ଥ ବର୍ଷ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ସଂଧ୍ୟାରେ ଓଡ଼ିଆ ସମୃଦ୍ଧି ଦିବସ ପାଳନ ଓ ବୋଇତ ବନ୍ଦାଣ ଉତ୍ସବ । ଏହା ସହ ସମ୍ବର୍ଦ୍ଧିତ ହେଉଥିଲେ ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳା ପ୍ରତିଭାମାନେ ଓଡ଼ିଆ ସମୃଦ୍ଧି ସମ୍ମାନରେ ।

ସଂଭାବନାର ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ଅଭିଯାନର ଅଂଶ ଭାବେ ଏହି ଉତ୍ସବ ଅବସରରେ ଶିଶୁ-କିଶୋରଙ୍କୁ ଓଡିଆ ସଂସ୍କୃତି ଓ ପରମ୍ପରା ସହ ପରିଚିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିଲା ବୋଇତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ।ବୋଇତ ବନ୍ଦାଣ ଓ ଦରିଆ ପାରି ଯାତ୍ରା ସହ ସଂପୃକ୍ତ ବିଷୟ କ୍ରମରେ ସାଧବମାନେ ସଂଗରେ ନେଇ ଯାଉଥିବା ଆରିସା ପିଠା, ସେମାନଙ୍କ ସକୁଶଳ ପ୍ରତ୍ୟାବର୍ତ୍ତନ ମନାସି ହେଉଥିବା ଚକୁଳି ପିଠା ତଥା ବୋଇତ ବନ୍ଦାଣ ବେଳେ ପକାଯାଉଥିବା ହୁଳହୁଳି ତଥା ସାଧବମାନଙ୍କୁ ବିଦାୟ ଦେବାକୁ ବନ୍ଦାପନା କରୁଥିବା ଓଡ଼ିଆଣୀଙ୍କ ବେଶଭୂଷାକୁ ନେଇ ଓଡ଼ିଆଣୀଙ୍କ ମଧ୍ୟରେ ପ୍ରତିଯୋଗିତା ଜରିଆରେ ସେଦିନକୁ ସ୍ମରଣ କରାଯାଇଥିଲା ।

ଏହା ସହ ଓଡ଼ିଶାର ନୋ÷÷ବାଣିଜ୍ୟ ପରମ୍ପରା ସହ ଜଡିତ ଚିତ୍ର ରୂପ ପାଇଥିବା ଏକମାତ୍ର କାହାଣୀ ତଥା ଚଳଚ୍ଚିତ୍ର “ତଅପୋଇ”ର ସଂଗୀତଗୁଡିକୁ ପରିବେଷଣ କରିଥିଲେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତ୍ପଥି, ସତ୍ୟ ସାର୍ଥକ, ୠତିକା ରିମ୍ ଝିମ୍ । ଓଡିଶାର ପରମ୍ପରା,ଗ୍ରାମ୍ୟ ଜୀବନ ସହ ଜଡିତ ସଂଗୀତ ପରିବେଷଣ କରିଥିଲେ ଗାୟିକା ଶାଶ୍ୱତୀ ମିଶ୍ର ଓ ଅର୍ଣ୍ଣବ ପଣ୍ଡା । ସେହିଭଳି ପାର୍ବତୀ ମହାନ୍ତି ,ଦିପିକା ରାଓ,ସୋ÷÷ଭାଗ୍ୟ ଲକ୍ଷ୍ମୀ ମହାନ୍ତି,ବିଜୟା ମହାନ୍ତି,ଡ.ରୀତାଞ୍ଜଳି ମିଶ୍ର ଓ ମୀନା ପାଣିଗ୍ରାହୀ “ଯାରେ ଭାସି ଭାସି ଯା”କୁ ନୃତ୍ୟରେ ପରିବେଷଣ କରିଥିଲେ ।ଏକାଙ୍କିକା “ଭାଗ୍ୟ” ପରିବେଷଣ କରିଥିଲେ ନିହାରିକା ମହାପାତ୍ର,କ୍ଷଣପ୍ରଭା ମହାନ୍ତି,ଅମ୍ବିକା ଆଚାର୍ଯ୍ୟ,ବିଦୁଲତା ସ୍ୱାଇଁ ଓ ଅନ୍ୟମାନେ ।

ଉତ୍ସବରେ ପ୍ରମୁଖ ଅତିଥି ଥିଲେ ଭୁବନେଶ୍ୱରର ମହାନଗରପାଳ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ସଂଗୀତ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ସାହିତ୍ୟିକ ଦାଶ୍ ବେନ୍ହୁର. ଅଭିନେତା ଓ ନିର୍ଦ୍ଦେଶକ ଅଜିତ ଦାସ, ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ୨୦୧୮ ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ଚନ୍ଦ୍ରପ୍ରଭା ଦାସ ଓ ଓଡିଆଣୀ ସମିତିର ସଂଯୋଜିକା ଶ୍ରୀମତୀ ସୋ÷÷ଦାମିନୀ ସାମଲ ।ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବର ପୃଷ୍ଠଭୂମି ସଂପର୍କରେ କହିଥିଲେ ସଂପାଦକ ଦେବ ପ୍ରସାଦ ପରିଜା । ପ୍ରଥମ ଥର ପାଇଁ ସଂଭାବନା ପକ୍ଷରୁ ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିବା ମହିଳା ବ୍ୟକ୍ତିତ୍ୱ ଭାବେ ପୋଷାକ ରୂପକାର ଶ୍ରୀମତୀ ମମତା ପଟ୍ଟନାୟକ, ଉଦ୍ୟୋଗୀ ବିଜୟା ମହାନ୍ତି ଓ ଫ୍ରୋଜିଟର ମୁଖ୍ୟ ରଶ୍ମି ସାହୁଙ୍କୁ ଓଡ଼ିଆ ସମ୍ୃଦ୍ଧି ସମ୍ମାନ ୨୦୧୮ ପ୍ରଦାନ କରାଯାଇଥିଲା

ବିଭିନ୍ନ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ବାସନ୍ତୀ ପଟ୍ଟନାୟକ,ସୁଶୀଳା ରଥ, ନିବେଦିତା ମଲ୍ଲିକ,ନିରୁପମା ଦାଶ, ଲୋରିସ୍ନା ବିଶ୍ୱାଳ, ସ୍ନେହାଞ୍ଜଳି ଦାସ, ଡ.ସୁଜାତା ମହାନ୍ତି, ବିଜୟ ଲକ୍ଷ୍ମୀ ସା, ସ୍ୱୟଂପ୍ରଭା ସାହୁ.ମଧୁସ୍ମିତା ଦାସ, ଓଡ଼ିଆଣୀ ତନୁଶ୍ରୀ ମହାନ୍ତି, ମିନତୀ ପ୍ରଭା ଦାସ, ପଦ୍ମାଳୟା ଶତ୍ପଥି, ଶୁଭଶ୍ରୀ ସିଂ, କାଦମ୍ବିନୀ ପାଲ, ଗୀତା ପଟ୍ଟନାୟକ, ମଧୁସ୍ମିତା ଶା, ଜ୍ୟୋସ୍ନା ପତ୍ରୀ, ସଂଧ୍ୟାରାଣୀ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତା ବିଚାରକ ଭାବେ ଉପସ୍ଥିତ ଥିଲେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ,ସୁଶାନ୍ତ ରଞ୍ଜନ ଚଇନି,ଗଜେନ୍ଦ୍ର କୁମାର ପାଢୀ ଓ ପଞ୍ଚାନନ ସାମଲ ।

By amfnews

Related Post