Fri. Mar 6th, 2026

ଷ୍ଟେଜ୍‌ ଦୁଲୁକାଇ ଦେଲେ ସାଂସଦ ପ୍ରମିଳା ବିଷୋୟୀ

593 Views

ଆସିକା : ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୭୧ ବର୍ଷ ବୟସ୍କା ପ୍ରମିଳାଙ୍କ ଆଗରେ ଯୁବପିଢ଼ି ବି ହାର୍‌ ମାନିଯିବେ। ପାର୍ଲାମେଣ୍ଟ ଭିତରେ ହେଉ କି ବାହାରେ ପ୍ରମିଳାଙ୍କ ଭିତରେ ସବୁବେଳେ ଭରି ରହିଥାଏ ଉତ୍ସାହ।

ଭିନ୍ନ ଭିନ୍ନ ସମୟରେ ଷ୍ଟେଜ ଉପରେ ଭାଷଣ ଦେଉଥିବା ପ୍ରମିଳାଙ୍କର କିନ୍ତୁ ଏଥର ଦେଖିବାକୁ ମିଳିଥିଲା ଭିନ୍ନ ଅବତାର। ଏଥର ଷ୍ଟେଜ ଦୁଲୁକାଇ ଦେଲେ ପ୍ରମିଳା। କେବଳ ସେତିକି ନୁହେଁ ଗୀତ ଗାଇବାକୁ ବି ଭୁଲିଲେ ନାହିଁ। ନୂଆ ବର୍ଷରେ  ପ୍ରମିଳାଙ୍କ ଡ୍ୟାନ୍ସିଂ ଅବତାର ଦେଖି, କର୍ମୀ, ଅଫିସର ବି ଭାରି ଖୁସି। ଏ ବୟସ୍‌ରେ ବି ତାଙ୍କ ଡ୍ୟାନ୍ସ  ଅନ୍ୟମାନଙ୍କୁ ମତୁଆଲା କରିଦେଇଛି।

ନୂଆ ବର୍ଷ ଅବସରରେ ଆସିକା ଟାଉନ ହଲ୍‌ ପଡ଼ିଆରେ ଆୟୋଜିତ ଉତ୍ସବରେ ପ୍ରମିଳାଙ୍କ ନୂଆ ଅବତାର ଦେଖିବାକୁ ମିଳିଥିଲା। ଏଥିରେ  ସାଂସଦ ପ୍ରମିଳାଙ୍କ ସହ ବିଧାୟିକା ମଞ୍ଜୁଳା ସ୍ୱାଇଁ ଏବଂ ବହୁ କର୍ମଚାରୀ ଯୋଗ ଦେଇଥିଲେ। ଏହି ଅବସରରେ ସାଂସଦ ଷ୍ଟେଜରେ ନାଚିଲେ, ଗୀତ ଗାଇଲେ। ପରେ କେକ୍ କାଟିବା ସହ କର୍ମୀଙ୍କ ସହ ନାଚି ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ।

By amfnews

Related Post