Mon. Apr 21st, 2025

ଷ୍ଟାଡିୟମ ଖେଳିବାକୁ ଯାଇ ଫେରି ନାହାନ୍ତି ୨ ଛାତ୍ର

By amfnews Jan 7, 2020 #Featured
128 Views

ଢେଙ୍କାନାଳ  : ରବିବାର ସକାଳୁ ପୁଅ ଖେଳିବାକୁ ଯାଇ ଆଉ ଘରକୁ ଫେରିନି। ୨ ଦିନ ହେବ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପୁଅର ପତ୍ତା ପାଇପାରୁ ନାହାନ୍ତି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କିଛି ବି ସୁରାଗ ପାଇପାରିନି। ଫଳରେ ଆଶା ଆଶଙ୍କାରେ ରହିଛନ୍ତି ଅପହୃତ ୨ ଛାତ୍ରଙ୍କ ପରିବାର ଲୋକେ।

ଅପହୃତ ଛାତ୍ରଦ୍ୱୟ ହେଲେ କୁଞ୍ଜକାନ୍ତ ଅଞ୍ଚଳର ଆୟୁଷ୍ମାନ ନାୟକ ଏବଂ ଗୁଡ଼ଇାନାଳି ଅଞ୍ଚଳର ଓମ୍‌ପ୍ରକାଶ ପରିଡ଼ା। ସେମାନେ ଢେଙ୍କାନାଳ ବିବି ହାଇସ୍କୁଲର ଅଷ୍ଠମ ଶ୍ରେଣୀ ଛାତ୍ର।

ଓମ୍‌ପ୍ରକାଶଙ୍କ ମା’ଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳ ସାଢ଼େ ୬ଟାରେ ପୁଅ ଷ୍ଟାଡ଼ିୟମକୁ ଖେଳିବାକୁ ଯାଇଥିଲା । ସେଠାରେ ୭ଟା ୫ ପର୍ଯ୍ୟନ୍ତ ସିସିଟିଭିରେ ନିଜ ସାଙ୍ଗ ଆୟୁଷ୍ମାନ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ତା’ ପରେ ଉଭୟ ସେଠାରୁ କେଉଁ ଆଡେ ଚାଲିଯାଇଥିଲେ।  ଏହାପରଠୁ ଉଭୟଙ୍କ ଖୋଜଖବର ମିଳୁନି। ଷ୍ଟାଡିୟମରୁ ସାଇକେଲ ମିଳିଲା ହେଲେ ପୁଅର ପତ୍ତା ନ ପାଇ ପରିବାର ଲୋକେ ହତାଶ ହୋଇ ପଡ଼ିଛନ୍ତି। କାହା ସହ କୌଣସି ଶତ୍ରୁତାକୁ ମଧ୍ୟ ଏଡ଼ାଇ ଯାଇଛନ୍ତି ଓମ୍‌ପ୍ରକାଶଙ୍କ ପରିବାର ଲୋକେ।

ଓମ୍‌ପ୍ରକାଶଙ୍କ ସହ ତାଙ୍କ ସାଙ୍ଗ ଆୟୁଷ୍ମାନ ନାୟକଙ୍କର ମଧ୍ୟ କୌଣସି ପତ୍ତା ମିଳୁନି। ଏହି ଘଟଣାକୁ ନେଇ ଉଭୟଙ୍କ ପରିବାର ପକ୍ଷରୁ ଥାନାରେ ଅପହରଣ ଅଭିଯୋଗ କରାଯାଇଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

By amfnews

Related Post