Sat. Mar 7th, 2026

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ମଚାରୀ ହତ୍ୟା ଘଟଣା, ଜଣେ ହତ୍ୟାକାରୀ ଗିରଫ

486 Views

ବାରଙ୍ଗ, ଡିସେମ୍ବର ୦୨: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ ସୁନୀଲ ସାହୁଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆତତାୟୀମାନଙ୍କ ମଧ୍ୟରୁ ପୁଲିସ ଜଣକୁ ଶନିବାର ରାତିରେ ଗିରଫ କରିଛି।

ଗିରଫ ଆତତାୟୀ ସହ ରବିବାର ସକାଳେ ପୁଲିସ ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳ ପରିଦର୍ଶନ କରିଥିଲା। କଟକ ସହରରୁ ଗିରଫ ହୋଇଥିବା ସେ ଆତତାୟୀ ଠାରୁ ସ୍ୱୀକାରୋକ୍ତି ନେଇ ସାରିବା ପରେ ପୂର୍ବାହ୍ନ ୧୧ଟା ବେଳେ କଟକ ଡିସିପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିବାର ସମ୍ଭାବନା ରହିଛି।

ସମ୍ମିଳନୀ ପରେ ଗିରଫ ଆତତାୟୀକୁ କୋର୍ଟ ଚାଲାଣ କରାଯିବ।

By amfnews

Related Post