ରାଉରକେଲା, ୨୩ା୧୦ : ଶ୍ରମିକ ଆନ୍ଦୋଳନ, ସାହିତ୍ୟ, ସାମାଜିକ ଓ ସଂସ୍କୃତି କ୍ଷେତ୍ରରେ ସ୍ୱର୍ଗତ ବିଦ୍ୟାଧର ବାରିକଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ତାଙ୍କ ଉଦ୍ଦେଶ୍ୟରେ ରାଉରକେଲା ସ୍ଥିତ ସେକ୍ଟର-୩ ଜଗନ୍ନାଥ ମନ୍ଦିରରେ ଆୟୋଜିତ ସ୍ମୃତିସଭାରେ ଯୋଗ ଦେଇ ବିଶିଷ୍ଟ ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ଏହି ସ୍ମୃତି ସଭାରେ ଅଧ୍ୟକ୍ଷତା କରି ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସ୍ମୃତିସଭାର ଉଦ୍ଘାଟନ କରିଥିଲେ ।
ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ହିନ୍ଦ ମଜଦୁର ସଭାର ଭାରପ୍ରାପ୍ତ କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ହିନ୍ଦ୍ ମଜଦୁର ସଭାର ବିରେନ୍ଦ୍ର ପ୍ରତାପ ଦାସ, ହିନ୍ଦ ମଜଦୁର ସଭା ରାଜ୍ୟ ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ପୂର୍ବତନ ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ତିର୍କୀ, ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଧାୟକ ସୁବ୍ରତ ତରାଇ, ରାଉରକେଲା ମଜଦୁର ସଭାର ବରିଷ୍ଠ ନେତା ଶିବ ଚରଣ ବୋଇତି, ରାଉରକେଲା ମଜଦୁର ସଭା ସାଧାରଣ ସମ୍ପାଦକ ଶଶଧର ନାୟକ, ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ପୂର୍ବତନ ନଗରପାଳ ତଥା ବିଜେପିର ବରିଷ୍ଠ ନେତା ନିହାର ରାୟ, ରାଉରକେଲା ଶ୍ରମିକ ସଂଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଭାରତୀୟ ଜନତା ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ସେନାପତି, ଏଆଇସିୟୁସିର ସାଧାରଣ ସମ୍ପାଦକ ପ୍ରଭାତ ମିଶ୍ର, ବରିଷ୍ଠ ନେତା ପି.ପି. ରାୟ, ରାଉରକେଲା ସହରସେବା ସମିତି ଆବାହକ ଶୈଳେନ୍ଦ୍ର ମହାନ୍ତି, ସିଆଇଟିୟୁ ସାଧାରଣ ସମ୍ପାଦକ ବସନ୍ତ ନାୟକ, ଉକ୍ରଳ ମେଲ୍ ସମ୍ପାଦକ ପୀତବାସ ମିଶ୍ର, ଓଡିଆ ଭାଷା ସଂଗ୍ରାମ ସମିତି ଆବାହକ ଶଙ୍କର ପରିଡା, ରାଉରକେଲା ପ୍ରେସ୍ କ୍ଲବ୍ ସାଧାରଣ ସମ୍ପାଦକ ମିହିର ରାୟ, ଓସିଏଲ୍ ୟୁନିୟନର ରମେଶ ଯାଦବ, ରାଉରକେଲା ୱାର୍କର୍ସ ୟୁନିୟନର ଏସ୍.ପି. ମହାନ୍ତି, ଭାରଜୀତ ମଜଦୁର ସଂଘ ସାଧାରଣ ସମ୍ପାଦକ ହିମାଂଶୁ ବଳ, ୟୁଥ୍ ହଷ୍ଟେଲ ରାଉରକେଲା ଶାଖା ସଭାପତି ନାରାୟଣ ପତି, ହିନ୍ଦ ମଜଦୁର ସଭା ରାଜ୍ୟ ଉପସଭାପତି ଗୁଣନିଧି ବଳ, ଇସ୍ପାତ ଲେବର ୟୁନିୟନର ଏନ୍.କେ. ମହାନ୍ତି, ଇସ୍ପାତ ସାହିତ୍ୟ ସଂଘ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ, ଦୀପ୍ତି ମହାନ୍ତି, ବରିଷ୍ଠ ସଦସ୍ୟ ରଘୁବଳ ଧଳ, ନିତ୍ୟାନନ୍ଦ ନାୟକ, ଆର୍ଏମ୍ଡିର ଅମୀୟ ରାଉତ, ରାଉରକେଲା ଯାଦବ ସଭାର ରବୀନ୍ଦ୍ରନାଥ ପାଣ୍ଡବ, ପୂର୍ବତନ କାଉନସିଲର ଅଭୟ ମହାପାତ୍ର, ଆଇଡିଏଲ୍ ମଜଦୁର ସଭାର ବରିଷ୍ଠ ନେତା ଅରୁଣ ପରିଡା, ନାରୀନେତ୍ରୀ ଆରତୀ ଚୌଧୁରୀ, ଇଏସ୍ଆଇ ମଡେଲ ହସ୍ପିଟାଲ ପକ୍ଷରୁ ଡ.କାୟମ ସିଂ, ଗାଙ୍ଗପୁର ମଜଦୁର ସଭା ସାଧାରଣ ସମ୍ପାଦକ ଗୋପାଳ ଦାସ, ବିଜେପିର ବରିଷ୍ଠ ନେତା ଜଗବନ୍ଧୁ ବେହେରା, ନେତା ବି.ଏନ୍. ଦାସ, ଗାନ୍ଧୀ ପ୍ରତିଷ୍ଠାନର ନାରାୟଣ ଦାସ, ଶିଳ୍ପାଞ୍ଚଳ ମଜଦୁର ସଭାର ନେତା ଆଦିକନ୍ଦ ଭୋଳ, ଠିକା ଶ୍ରମିକ ମଜଦୁର ସଭାର ନେତା ଦିଗମ୍ବର ମହାନ୍ତିଙ୍କ ସମେତ ରାଉରକେଲା ତଥା ଆଖପାଖ ଅଞ୍ଚଳର ଶ୍ରମିକ ସଙ୍ଗଠନ, ସାହିତ୍ୟ ସଙ୍ଗଠନ, ସାମାଜିକ ସଙ୍ଗଠନ, ପ୍ରତି ସେକ୍ଟର କମିଟି ପକ୍ଷରୁ ସ୍ୱର୍ଗତ ବାରିକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ତାଙ୍କର ସ୍ମୃତିଚାରଣ କରାଯାଇଥିଲା ।
ସ୍ୱର୍ଗତ ବାରିକ ରାଉରକେଲା ଇସ୍ପାତ କାରଖାନାର ଜଣେ ସାଧାରଣ କର୍ମଚାରୀ ଭାବରେ କାର୍ଯ୍ୟାରମ୍ଭ କରି ରାଉରକେଲା ମଜଦୁର ସଭାରେ ସକ୍ରିୟ ଅଂଶଗ୍ରହଣ ପରେ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ବିଭିନ୍ନ ପଦପଦବୀରେ ରାଜ୍ୟ ତଥା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କେବଳ ସେତିକି ନୁହେଁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସୁରେନ୍ଦ୍ର ଦ୍ୱିବେଦୀ ଓ ପ୍ରଖ୍ୟାତ ଶ୍ରମିକନେତା ସ୍ୱର୍ଗତ ରାଜକିଶୋର ସାମନ୍ତରାୟଙ୍କ ସହ ବସ୍ତି ସ୍ମୃତି ସଦନ ଗଠନ କରି ନିଜର ସାମାଜିକ ନେତୃତ୍ୱକୁ ପ୍ରତିପାଦନ କରିପାରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭାରେ ଯୁବନେତା, କବି ତଥା ସ୍ୱର୍ଗତ ବାରିକଙ୍କ ଜ୍ୱାଇଁ ଖଗେନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱର୍ଗତ ବାରିକଙ୍କ ପୁଅ ମନୋଜ ବାରିକ ଧନ୍ୟବାଦ ଦେଇଥିଲେ । ସଭାରେ ଅଧ୍ୟକ୍ଷତା କରିଥିବା ଦେବେନ୍ଦ୍ର ନାରାୟଣ ପତି ପରବର୍ତ୍ତୀ ସମୟରେ ସଭା ପରିଚାଳନା କରିବା ପାଇଁ ବରିଷ୍ଠ ନେତା ଆନନ୍ଦ ମହାନ୍ତିଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ବାରିକଙ୍କ ପରିବାରର ସମସ୍ତ ସଦସ୍ୟ ତଥା ପୁତ୍ର ଜିତେନ୍ଦ୍ର ବାରିକ, ରାକେଶ ବାରିକ, ସଚ୍ଚିନ୍ଦ୍ର ବାରିକ, ସୁକେଶ ବାରିକ, ସନ୍ତୋଷୀ ନାୟକ, ନାତି ଆୟୁଷ୍ମାନ, ଚିନ୍ମୟୀ, ନାତୁଣୀ ରଚିତା, ପପୁଲୁ, ପ୍ରାଯକ୍ତା, ଗୁଡିଆ ପ୍ରମୁଖ ଉପସ୍ଥିତ ଥିଲେ ।