Sat. Mar 7th, 2026

ଶୌଚ ବାହାନାରେ ଛୁ’ ମାରିଲା କଏଦୀ

249 Views

ବାରିପଦା, ଡିସେମ୍ବର ୮: ଶୌଚ ବାହାନାରେ ଛୁ’ ମାରିଲା କଏଦୀ। ମେଡିକାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ବିଚାରାଧୀନ କଏଦୀ ଜଣକ ଖସି ଯାଇଛି। ତାଙ୍କ ନାଁ କାହ୍ନୁଚରଣ ମାରାଣ୍ଡି।

ମିଳିଥିବା ସୂଚନା ଅନୁସାରେ, ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ କାହ୍ନୁ ବାରିପଦା ସର୍କଲ ଜେଲ୍‌ରେ ଥିଲା। ଅସୁସ୍ଥତା ପାଇଁ ଗତ ୬ ତାରିଖରୁ ତାକୁ ବାରିପଦା ପିଆର୍‌ଏମ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆଜି ଶୌଚ ହେବାକୁ କହି ୨ ୱାର୍ଡରଙ୍କୁ ଚକ୍‌ମା ଦେଇ ମେଡିକାଲରୁ ଖସି ପଳାଇଥିବା ଜଣାପଡ଼ିଛି।ଏନେଇ ବାରିପଦା ମଣ୍ଡଳ କାରାଗାର ପକ୍ଷରୁ ବାରିପଦା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି।

By amfnews

Related Post